ଅମୃତା ଫାଉଣ୍ଡେସନର ଅମୃତୋତ୍ସବ-୨୦୨୬:ସବିତା ମିଶ୍ର ପାଇଲେ ଚଳିତ ବର୍ଷର “ଚମ୍ପା ମଦର୍ସ ଆଓ୍ବଡ-୨୦୨୬”

32

ଇଶ୍ବରୀୟ ଚିନ୍ତନ ରଖି ସମାଜସେବା ହିଁ ପ୍ରକୃତ ସମାଜସେବା: ବାବାଜୀ ସନତ୍ ସୁଜାତାନନ୍ଦ


ଜଗତସିଂହପୁର: ୧୩. ୯. ୨୦୨୬: ଆଜି ଜଗତସିଂପୁରସ୍ଥ ଆଦିକବି ସାରଳା ଦାସ ସସ୍କୃତି ଭବନଠାରେ ଅମୃତା ଫାଉଣ୍ଡେସନର ଷଷ୍ଠ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଫାଉଣ୍ଡେସନର ନିର୍ଦେଶକ ଡ ବଟ କିଶୋର ରାୟକଂ ସଭାପତିତ୍ବରେ ଆୟୋଜିତ ସଭାକୁ ଉଦଘାଟନ କରିଥିଲେ ପୁରୀ ଗୌରାଂଗ ମଠର ବାବାଜୀ ସନତ୍ ସୁଜାତାନନ୍ଦ ମହାରାଜ। ଇଶ୍ବରୀୟ ଚେତନାରେ ରହି ସମାଜ ସେବା ହିଁ ପ୍ରକୃତ ସମାଜସେବା। ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଓଡିଆ ବିଶ୍ବବିଦ୍ଯାଳୟର କୁଳପତି ପ୍ରଫେସର ସତ୍ଯନାରାୟଣ ଆଚାର୍ଯ୍ଯ ଅମୃତା ଫାଉଣ୍ଡେସନର ଅମୃତା କନ୍ଯାମାନକଂ ଉତ୍ଥାନକୁ ସାଧୁବାଦ ଜଣାଇ କହିଲେ ଯେ “ମାନବ ସେବାହିଁ ମାଧବ ସେବା”ଅଟେ। ଅମୃତା ଫଉଣ୍ଡେସନର ଏହି ଅଭିନବ ପ୍ରୟାସ ପାଇଁ ସେ କର୍ମକର୍ତ୍ତାକୁଂ ଭୂୟସୀ ପ୍ରଶଂସା କରିଥିଲେ। ମୁଖ୍ଯ ବକ୍ତା ଭାବେ ଯୋଗ ଦେଇ କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନର ପ୍ରାକ୍ତନ ପ୍ରମୁଖ ବୈଜ୍ଞାନିକ ଡ ପଦ୍ମିନୀ ସ୍ବାଇଁ କହିଲେ ଯେ ଆତ୍ମବିଶ୍ବାସ ଓ ନିଷ୍ଠାର ସହ କାର୍ଯ୍ଯ କଲେ ନିଶ୍ଚୟ ସଫଳତା ମିଳିବ।

ନାରୀଶିକ୍ଷା ଉପରେ ଗୁରୁତ୍ବ ଦେଉଥିବା ବର୍ତ୍ତମାନର ସରକାରକଂ ଆଭିମୁଖ୍ଯକୁ ଆଉପାଦେ ଆଗକୁ ନେଉଥିବାରୁ ଅମୃତା ଫାଉଣଡେସନ ପ୍ରଶଂସାର ପାତ୍ର ବୋଲି ଅନ୍ଯାନ୍ଯ ଅତିଥିମାନେ ମତ ବ୍ଯକ୍ତ କରିଥିଲେ। ଏହି ସଭାରେ ସମ୍ମାନୀତ ଅତିଥିରୂପେ ଯୋଗଦେଇଥିଲେ ନାଲକୋର ପ୍ରାକ୍ତନ ବୈଜ୍ଞାନିକ ଡ ଚିତ୍ତରଂଜନ ମିଶ୍ର ଓ ପିପିଏଲ୍ ର ପ୍ରକ୍ତନ ମହା ପ୍ରବନ୍ଧକ ଡ ପୀତବାସ ରାଉତରାୟ।
ଉତ୍ସବରେ ସ୍ବାଗତ ଭାଷଣ ଦେଇଥିଲେ ଅମୃତା ଫାଉଣ୍ଡେସନର ଅଧ୍ଯକ୍ଷ ଡ ଅଭୟ ନାୟକ ଏବଂ କାର୍ଯ୍ଯକ୍ରମକୁ ସଂଚାଳନ କରଥିଲେ ନିର୍ମାଲ୍ଯର ମୁଖ୍ଯ ସଂପାଦକ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ନାୟକ ଏବଂ ଅମୃତା ଫାଉଣ୍ଡେସନର ମୁଖ୍ଯ ସଂଯୋଜକ ଶ୍ରୀ ସଂଜମ କିଶୋର ମହାନ୍ତି।

ଉତ୍ସବର ମୁଖ୍ଯ ଆକର୍ଷଣ ଥିଲା “ ଚମ୍ପା ମଦର୍ସ ଆଓ୍ବାଡ-୨୦୨୬” ପ୍ରଦାନ, ଯାହା ପ୍ରଦାନ କରାଯାଇଥିଲା ନାଇଜରର ବରିଷ୍ଠ ବୈଜ୍ଞାନିକ ତଥା ସମାଜସେବୀ ପ୍ରଫେସର ତପନ ମିଶ୍ରକଂ ମାତା ଶ୍ରୀମତୀ ସବିତା ମିଶ୍ରକୁଂ। ଅନ୍ଯତମ ଆକର୍ଷଣ ଥିଲା ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରଯୁକ୍ତ ପଦରାଜ ଉମାକାନ୍ତ ନାୟକକୁଂ ସମ୍ବର୍ଦ୍ଧନା।
ଉତ୍ସବର ପ୍ରଥମ ପର୍ଯ୍ଯାୟରେ ମାଆକୁଂ ନେଇ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କବିତା ପାଠୋତ୍ସବରେ ସଭାମଣ୍ଡନ କରିଥିଲେ ମହନ୍ତ ତ୍ରିଲୋଚନ ଦାସ,ଡ. ବିଜୟ ବିଶ୍ବାଳ, ଡ. ସୁରେନ୍ଦ୍ର ତ୍ରିପାଠୀ, ମହାସ୍ମିତା ଓଝା ଓ ଶ୍ରୀମତୀ ମଧୁସ୍ମିତା ସ୍ବାଇଁ।

ଏହି ଉତ୍ସବରେ ୨୭ ଜଣ ଅମୃତା କନ୍ଯାକୁଂ ପାଠ୍ଯପୁସ୍ତକ ଏବଂ ଆନ୍ଯାନ୍ଯ ଉପକରଣ ପ୍ରଦାନ କରାଯାଇଥିଲା। ଶେଷରେ ଫାଉଣ୍ଡେସନର ମୁଖ୍ଯ ସଂଯୋଜକ ପଣ୍ଡିତ ରବୀନ୍ଦ୍ର ନାଥ ମିଶ୍ରଧନ୍ଯବାଦ ଅର୍ପଣ କରିଥିଲେ। ଉତ୍ସବକୁ ସଫଳ କରିବାକୁ ସହଯୋଗ କରିଥିଲେ ଶ୍ରୀ ସମୀର ସ୍ବାଇଁ, ଜତିକୃଷ୍ଣ ବାରିକ, ରବିନ୍ ଖଣ୍ଡାୟତ ରାୟ ଏବଂ ସମସ୍ତ ସଂଯୋଜକ ବୃନ୍ଦ।

Leave A Reply

Your email address will not be published.