ଓଡ଼ଗାଁ ୧୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୁରାଳ ଠାରେ ଅବସ୍ଥିତ ଦଧି ବାମନ ସଂସ୍କୃତ ମହାବିଦ୍ୟାଳୟରେ ଅନୁଷ୍ଠିତ ସଂସ୍କୃତ ସପ୍ତାହ ପାଳନ ଶନିବାର ଉଦଯାପିତ ହୋଇଯାଇଛି।ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବଗ୍ରାହୀ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଓଡ଼ିଆ ଓ ସଂସ୍କୃତି ବିଶ୍ଵ ବିଦ୍ୟାଳୟ, ଓଡ଼ିଶାର କୁଳପତି ସତ୍ୟ ନାରାୟଣ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ରାଜ କିଶୋର ସାହୁ,ଅଧ୍ୟକ୍ଷ ରଘୁନାଥ ସମବାୟ ମହାବିଦ୍ୟାଳୟ, ଡ. ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ,ଅବସର ପ୍ରାପ୍ତ ଶିକ୍ଷକ ତଥା ସୁଲେଖକ କୁରାଳ, ନିମନ୍ତ୍ରିତ ଅତିଥି ପ୍ରକୃତିବନ୍ଧୁ ସୁକାନ୍ତ ଚୌଧୁରୀ,ଲେଖକ ଶାନ୍ତନୁ ବିଶୋଇ ଯୋଗ ଦେଇ ସାମ୍ପ୍ରତିକ ସମୟରେ ସଂସ୍କୃତ ଭାଷା, ଆମ ସଂସ୍କୃତିର ମୂଳଦୁଆ’ସମ୍ପର୍କରେ ଆଲୋଚନା ହୋଇଥିଲା।ଅଧ୍ୟାପକ ବିଜୟାନନ୍ଦ ଶତପଥୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ସୁଶାନ୍ତ କୁମାର ବିଷୋୟୀ,ଅଧ୍ୟାପିକା ସୁଷମା ମଞ୍ଜରୀ ପାଣିଗ୍ରାହୀ ତଥା ଛାତ୍ର ଛାତ୍ରୀ ବୃନ୍ଦ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଦୁର୍ଗା ପୂଜା କମିଟି ପକ୍ଷରୁ ହେବାକୁ ଥିବା ୫୦ତମ ପୁଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Next Post