ହାଟଡ଼ିହି ବିଇଓ ରାଜୀବ କୁମାର ଦଳାଇ ନିଲମ୍ବିତ

11


ଏସଆଇଆର କାର୍ଯ୍ୟରେ ଅବହେଳା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

କେନ୍ଦୁଝର,ତା୧୦/୯- କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ରାଜୀବ କୁମାର ଦଳାଇଙ୍କୁ କାର୍ଯ୍ୟରୁ ନିଲମ୍ବିତ  କରାଯାଇଛି। କାର୍ଯ୍ୟରେ ଅବହେଳା ଏବଂ ନିୟମ ଉଲ୍ଲଂଘନ ଅଭିଯୋଗରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସୂଚନା ଅନୁସାରେ, ହାଟଡ଼ିହି ବ୍ଲକରେ ଚାଲିଥିବା ‘ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬’ କାର୍ଯ୍ୟକ୍ରମର ପ୍ରଗତିରେ ବାଧା ସୃଷ୍ଟି କରିବା ଏବଂ କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଓଡ଼ିଶା ବେସାମରିକ ସେବା (CC&A) ରୁଲ, ୧୯୬୨ ର ନିୟମ ୧୨(୧) ଅନୁଯାୟୀ ତାଙ୍କୁ ତୁରନ୍ତ ସେବାରୁ ନିଲମ୍ବନ କରାଯାଇଛି।
ନିଲମ୍ବନ ସମୟରେ ଶ୍ରୀ ଦଳାଇ କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ କାର୍ଯ୍ୟାଳୟ ରେ ରିପୋର୍ଟ କରିବେ। କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି।  ରାଜ୍ୟପାଳଙ୍କ ଆଦେଶକ୍ରମେ ଗଣଶିକ୍ଷା ବିଭାଗ କମିଶନର-ତଥା-ଶାସନ ସଚିବ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।

Leave A Reply

Your email address will not be published.