ପ୍ରଥମ ଜିଲ୍ଲାସ୍ତରୀୟ ଭାରଚୁଆଲ ଟାଇକୋଣ୍ଡ ପ୍ରତିଯୋଗିତା ।

12

କେନ୍ଦ୍ରାପଡା:10,09,26(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ଚାଟରାଚକଡ଼ା ପଞ୍ଚାୟତର କଲ୍ୟାଣ ମଣ୍ଡପଠାରେ ପ୍ରଥମ ଜିଲ୍ଲାସ୍ତରୀୟ ଭାରଚୁଆଲ ଟାଇକୋଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
ନିଞ୍ଜା ଟାଇକୋଣ୍ଡ ଏକାଡେମୀ ଓ ସିଙ୍ଘମ ଟାଇକୋଣ୍ଡ ଏକାଡେମୀର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମୋଟ ୩୦ ଜଣ ପ୍ରତିଯୋଗୀ ଯୋଗଦେଇ ନିଜର କ୍ରୀଡ଼ା ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ଭାରଚୁଆଲ ମାଧ୍ୟମରେ ଆୟୋଜିତ ଏହି ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ଉତ୍ସାହର ସହ ଭାଗ ନେଇଥିଲେ। ଜିଲ୍ଲାରେ ଟାଇକୋଣ୍ଡ କ୍ରୀଡ଼ାର ପ୍ରଚାର ଓ ପ୍ରସାର ସହ ଯୁବପିଢ଼ିଙ୍କ ମଧ୍ୟରେ ଏହି କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏଭଳି ପ୍ରତିଯୋଗିତା ମାଧ୍ୟମରେ ଜିଲ୍ଲାର ଲୁକ୍କାୟିତ ଟାଇକୋଣ୍ଡ ପ୍ରତିଭା ମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଆଗକୁ ବଢ଼ିବାର ସୁଯୋଗ ମିଳିପାରିବ ବୋଲି ଆୟୋଜକ ମାନେ ଆଶା ପ୍ରକାଶ କରିଛନ୍ତି।ଆଗାମୀ ଦିନରେ ଏଭଳି ପ୍ରତିଯୋଗିତାକୁ ଆହୁରି ବ୍ୟାପକ କରାଯିବା ସହ ଜିଲ୍ଲାରେ ଟାଇକୋଣ୍ଡ କ୍ରୀଡ଼ାର ବିକାଶ ଓ ପ୍ରତିଭାବାନ କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଆୟୋଜକମାନେ କହିଛନ୍ତି।

Leave A Reply

Your email address will not be published.