ମା ଗଜଲକ୍ଷ୍ମୀ ଙ୍କ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

13

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:- ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ୍ ଅଫିସ ସମ୍ମୁଖରେ ଜାଗୃତି ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ହେବାକୁ ଥିବା ମା ଗଜଲକ୍ଷ୍ମୀ ଙ୍କ ପୂଜା ସକାଶେ ଏକ ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ କଲେଜ ନିକଟ କାଶୀ ବିଶ୍ୱନାଥ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଥିଲା l ସଂଗଠନ ର ସଭାପତି ରାଜେନ୍ଦ୍ର ପ୍ରସାଦ ସାହୁକାର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ସଂପାଦକ ଶିବ ପ୍ରସାଦ ମହାପାତ୍ର ସଂଯୋଜନା କରିଥିଲେ l ଅକ୍ଟବର ୨୫ ତାରିଖରୁ ମା ଙ୍କ ପୂଜା ପ୍ରତିବର୍ଷ ଭଳି ଚଳିତ ବର୍ଷ ୯ ଦିନ ବ୍ୟାପୀ ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା l ପ୍ରାରମ୍ଭ ରେ ଗଣେଶ ବନ୍ଦନା ଗାନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l
ବିଗତ ବର୍ଷ ର ସଫଳତା ଏବଂ ବିଫଳତା ଉପରେ ଆଲୋଚନା ସହ ମା ଗଜଲକ୍ଷ୍ମୀ ଙ୍କ ପୂଜା ଆଡମ୍ଭର ସହକାରେ ପାଳନ ପାଇଁ ସ୍ଥିର ହୋଇଥିଲା l
ପୂଜା ର ସୁପରିଚାଳନା ପାଇଁ ବିଭିନ୍ନ କମିଟି ର ଗଠନ ଏବଂ କମିଟି ସଦସ୍ୟ ଙ୍କ ସହ ଆଲୋଚନା ହୋଇଥିଲା l ସମ୍ପାଦକ ଙ୍କ ଅନୁରୋଧ କ୍ରମେ କୋଷାଧକ୍ଷ ଚଳିତ ବର୍ଷ ର ଆର୍ଥିକ ଖର୍ଚ୍ଚ ର ଆନୁମାନିକ ବିବରଣୀ ପ୍ରଦାନ,ପୂଜା ପାଇଁ କର୍ତ୍ତା ଚୟନ କରିବା ପୁରହିତ ଚୟନ କରିବା ଶୁଭଖୁଣ୍ଟ ସ୍ଥାପନ ପାଇଁ ତାରିଖ ଏବଂ ସମୟ ଧାର୍ଯ୍ୟ ,ମୂର୍ତ୍ତି କାରିଗର ଚୟନ କରିବା,ପେଣ୍ଡାଲ ସାଜସଜ୍ଜା କାରିଗର, ଲାଇଟ୍ ଆଣ୍ଡ ସାଉଣ୍ଡ ଚୟନ ଟେଣ୍ଟ ହାଉସ ଚୟନ କରିବା, ପୂଜା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ଆଲୋଚନା, ମୀନବଜାର ପାଇଁ ଯୋଗାଯୋଗ ଆଦି ସମସ୍ତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା l ବୈଠକ ରେ ଅନ୍ୟ ମାନଙ୍କ କାର୍ଯ୍ୟକାରୀ ସଭାପତି ମିନ କେତନ ପଣ୍ଡା, ଉପ ସଭାପତି ସନେଶ୍ୱର ସାମଲ, କୋଷଧ୍ୟକ୍ଷ ବଳରାମ ପାଣିଗ୍ରାହି ପ୍ରମୁଖ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ସଭ୍ୟ ମାନେ ଯୋଗ ଦେଇଥିଲେ

Leave A Reply

Your email address will not be published.