ଜଳେଶ୍ବର : ଜଳେଶ୍ବର ଥାନା ଅନ୍ତର୍ଗତ 16 ନଂ ଜାତୀୟ ରାଜପଥ ରାଜଘାଟ ନିକଟରେ ଘଟିଛି ଅଘଟଣ, ସୁଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଅଞ୍ଚଳର ଉଦୟ ନାରାୟଣ ମିଶ୍ର ଇଲେକ୍ଟ୍ରିକ ସ୍କୁଟି ଯୋଗେ ଭେଲୋରା ସ୍ଥିତ ଆଦର୍ଶ ବିଦ୍ୟାଳୟକୁ ତାଙ୍କ ପୁଅକୁ ଆଣିବା ପାଇଁ ଯାଇଥିବା ବେଳେ ରାଜଘାଟ ନିକଟରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ହୋଇଥିଲା, ଏହି ସମୟରେ ସ୍କୁଟି ରେ ଯାଉଥିବା ଉଦୟଙ୍କ ଉପରେ ହୋଇଥିଲା ବଜ୍ରାଘାତ, ସ୍ଥାନୀୟ ଲୋକେ ପହଞ୍ଚି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ