ନୁଆଁଖାଇ ପାଇଁ ୩ ଦିନ ଛୁଟି, କେନ୍ଦ୍ରୀୟ ବିଦ୍ୟାଳୟ ଚୟନ ପରୀକ୍ଷା ତାରିଖ ଘୁଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

17


ବଲାଙ୍ଗିର,୦୮/୯ – ନୁଆଁଖାଇ ପାଇଁ ପଶ୍ଚିମ ଓଡିଶା ସାରା ଚଳଚଞ୍ଚଳ ହେଉଥିବା ବେଳେ, ଆଉ କିଛି ଦିନ ପରେ ନୁଆଁଖାଇ ପାଳିତ ହେ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କ ଜରିଆରେ ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ନିମ୍ନ ରେ ଦାବି ଉପସ୍ଥାପନ କରିଛନ୍ତି । ପାଟଣା ରାଜ୍ୟର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ, ମାଁ ସମଲେଶ୍ୱରୀ ନୁଆଁଖାଇ ଉପଲକ୍ଷେ ଆଲୋକ ସଜ୍ଜା, ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା, ଆଗାମୀ ସେପ୍ଟେମ୍ବର ୧୫ ନୁଆଁଖାଇ ପର୍ବ ଅନୁଷ୍ଠିତ ହେବାକୁ ଯାଉଛି । କେବଳ ବଲାଙ୍ଗିର ନୁହେଁ ବିଭିନ୍ନ ମନ୍ଦିର ମାନଙ୍କୁ ଆଲୋକସଜ୍ଜା କରିବା ପାଇଁ ଦେବାଳୟ ସୁରକ୍ଷା କମିଟି ଦାବି କରୁଛି । ରାଜ୍ୟ ବାହାରୁ ବିଭିନ୍ନ କାର୍ଯ୍ୟକର୍ମରେ ସରକାରୀ ବା ବେସରକାରୀ କର୍ମଚାରୀ କାର୍ଯ୍ୟରେ ରହୁଥିବା ବେଳେ ଏ ମାନଙ୍କ ସୁବିଧା ପାଇଁ ତିନି ଦିନ ଛୁଟି ଘୋଷଣା କରିବା ପାଇଁ ଦାବି । ଆଗାମୀ ୧୫ ତାରିଖ ଦିନ ଗଣପର୍ବ ନୁଆଁଖାଇ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏ ଦିନ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ରେ ଚୟନ ପ୍ରକ୍ରିୟା ରଖାଯାଇଛି । ଏ ବାବଦକୁ ରାଜ୍ୟ ସରକାର ଗମ୍ଭିର ସହ ବିଚାର କରି ତାରିଖ ଘୁଂଚାଇବା ପାଇଁ ଦାବି । ଯେଭଳି ପଶ୍ଚିମ ଓଡିଶାର ଶିତଳ ଷଷ୍ଠୀ ପାଇଁ ପ୍ୟାକେଜ ଘୋଷଣା କରାଯାଉଛି ସେଭଳି ନୁଆଁଖାଇ ପାଇଁ ବିଭିନ୍ନ ଦେବାଦେବୀ ମନ୍ଦିରକୁ ସ୍ୱତନ୍ତ୍ର ପ୍ୟାକେଜ ଅନୁଦାନ ଦେବା ପାଇଁ ଦାବି । ଏ ବିଷୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଦାବି କରିଛନ୍ତି । ଆଜିର ଏହି ଦାବିପତ୍ର ସଭାପତି ଜୟକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ସଂପାଦକ ପ୍ରଶାନ୍ତ ମହାକୁର, କୋଷାଧ୍ୟକ୍ଷ ଭବାନୀ ଶଙ୍କର ଭୋଇ, ବିଭୁ କଲ୍ୟାଣ ଗଡତ୍ୟା, ଶୁଶାନ୍ତ କୁମାର ପ୍ରଧାନ, ଅଶୋକ ମେହେର ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.