ନୀଳଗିରୀ ବ୍ଲକ୍ ସ୍ତରୀୟ ୧୫ତମ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

20


ନୀଳଗିରି ତା ୦୮/୦୯: ଅଦ୍ୟ ସକାଳ୮ ଘଟିକା ସମୟରେ ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ୧୫ ତମ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ବାଲେଶ୍ଵରଙ୍କ ପକ୍ଷରୁ ଆୟୋଜିତ କରାଯାଇଥିଲା।ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ମାନ୍ୟବର ବାଲେଶ୍ଵର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇ ଶୁଭ ଉଦଘାଟନ କରିଥିବା ବେଳେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ଖଟୁଆ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଶୁଭଲକ୍ଷ୍ମୀ ମାଝୀ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଜ୍ୟୋତିର୍ମୟ ପୋଥାଳ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ପରିଡ଼ା, ମଙ୍ଗଳ ସଂପ୍ରସାରଣ ଅଧିକାରୀ ତଥା ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶୈଳେନ୍ଦ୍ର ଶତପୋଥି ପ୍ରମୁଖ ଉପସ୍ଥିତ ଥିଲେ। ନୀଳଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତରୁ ମୋଟ୨୨୪ ଜଣ ଦିବ୍ୟାଙ୍ଗ ନିଜ ନିଜ ନାମ ପଞ୍ଜୀକରଣ କରିଥିଲେ।ଉକ୍ତ ପଞ୍ଜୀକୃତ ଦିବ୍ୟାଙ୍ଗ ହିତାଧିକାରୀମାନଙ୍କୁ ଉପଖଣ୍ଡ ଏବଂ ଜିଲ୍ଲା ସ୍ତରୀୟ ଦକ୍ଷ, ଅଭିଜ୍ଞ ଚିକିତ୍ସକଙ୍କ ଦ୍ୱାରା ପରୀକ୍ଷା ନିରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଦୃଷ୍ଟି ବଧିତ ବର୍ଗରେ ୪୦ ଜଣ, ମାନସିକ ଅନଗ୍ରସରରେ ୨୧ ଜଣ ଏବଂ ଅନାନ୍ୟରେ ୧୬୩ଜଣ ହିତାଧିକାରୀଙ୍କ ପରୀକ୍ଷା ନିରୀକ୍ଷା କରାଯାଇ ଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ କରାଯାଇଛି।ଏଥିରେ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ କିସମର ପ୍ରମାଣ ପତ୍ର,ବାର୍ଷିକ ଆୟ ପ୍ରମାଣ ପତ୍ର, ବସ୍, ରେଳ ରିହାତି ଅନୁମତି ପତ୍ର,ଋଣ ଆବେଦନ ଫର୍ମ ,ରେସନ କାର୍ଡ ଯୋଗାଇ ଦେବା ପାଇଁ ସୁବିଧା ଉପଲବ୍ଧ କରାଯାଇଥିଲା।ଏହି ଶିବିରରେ ୧ଜଣ ତିନି ଚକିଆ ସାଇକେଲ, ୧ଜଣ କୁ ହ୍ୱିଲ ଚେୟାର ଏବଂ ୨ ଜଣ ହିତାଧିକାରୀଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଅଛି।
ଏହି ଶିବିରରେ ପଞ୍ଚାୟତ ସମିତି ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତରୁ ଆସିଥିବା ଦିବ୍ୟ।ଙ୍ଗ ହିତାଧିକାରୀ, ଉପଖଣ୍ଡ ଓ ଜିଲ୍ଲା ସ୍ତରୀୟ ଅଭିଜ୍ଞ ଚିକିତ୍ସକ,ପଞ୍ଚାୟତ ସମିତି କର୍ମକର୍ତ୍ତା ଏବଂ ଗଣ ମାଧ୍ୟମର ପ୍ରତିନିଧିଗଣ ଯୋଗ ଦେଇଥିଲେ।

Leave A Reply

Your email address will not be published.