ବଡ଼ବିଲରେ ବିଜେପିର ରୋଡ଼ ସୋ

0

ବଡ଼ବିଲ: ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ପ୍ରଚାର ଜୋର ଧରିଛି। ପ୍ରତିଦ୍ବନ୍ଦିତାକୁ ଓଲ୍ହାଇଥିବା ବିଭିନ୍ନ ଦଳର ପ୍ରାର୍ଥୀ ତଥା ସ୍ୱାଧୀନ ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାରରେ ଲାଗିପଡିଛନ୍ତି। ଏହି କ୍ରମରେ ଗୁରୁବାର ଅପରାହ୍ନରେ ବିଜେପି ବଡ଼ବିଲ ରେ କରିଛି ରୋଡ଼ ସୋ। ଏହି ରୋଡ଼ ସୋରେ କେନ୍ଦୁଝର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବା ଅନନ୍ତ ନାଏକ ଓ ଚମ୍ପୁଆ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବା ଡଃ ମୁରଲୀ ମନୋହର ଶର୍ମା ଯୋଗ ଦେଇଥିଲେ। ଏହି ରୋଡ଼ ସୋ ଜଗନ୍ନାଥ ମନ୍ଦିରଠାରୁ ବାହାରି ମେନ ରୋଡ଼ ହୋଇ ଅଟଳ ବିହାରୀ ଛକ ପର୍ଯ୍ୟନ୍ତ ଯାଇଥିଲା। ଉଭୟ ପ୍ରାର୍ଥୀ ବିଜେପିକୁ ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ କରୁଥିବାର ଦେଖିବାକୁ ମିଳିଥିଲା। ପ୍ରକାଶ ଥାଉ କି ଚମ୍ପୁଆ ବିଧାନସଭା ଆସନରେ ୧୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ଲଢେଇ ମୁଖ୍ୟତଃ ବିଜେଡିର ମିନାକ୍ଷୀ ମହନ୍ତ   ଓ ବିଜେପି ଡ଼ ମୁରଲୀ ମନୋହର ଶର୍ମାଙ୍କ ମଧ୍ୟରେ ହେବା ସ୍ପଷ୍ଟ ହୋଇଯାଇଛି | 

 

Leave A Reply

Your email address will not be published.