ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖଇରା ବ୍ଳକ ଡୁଙ୍ଗୁରା ପଞ୍ଚାୟତ ରଘୁନାଥପୁର ନିକଟରେ ଏହି ବଜ୍ରାଘାତଟି ଘଟିଛି l ତେବେ ଏହି ବଜ୍ରାଘାତରେ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି l ଯୁବକ ଜଣକ ହେଇଛନ୍ତି ଭଦ୍ରକ ଜିଲ୍ଲା ଅଣିଜୋ ଗାଁର ସାଗର ହୋଙ୍କ ପୁଅ ଚମାର ହୋ l ଆଜି ସଂନ୍ଧ୍ୟା ସମୟରେ ଯୁବକ ଜଣକ ଏକ ବାଇକରେ କୌଣସି ଏକ କାମରେ ଯାଉଥିଲେ l ହଠାତ ରଘୁନାଥପୁର ଗାଁ ନିକଟରେ ପହଞ୍ଚିବା ପୂର୍ବରୁ ପ୍ରବଳ ବର୍ଷା ସହିତ ଘଡଘଡି ହେବାରୁ ଏକ ଆମ୍ବ ଗଛ ମୂଳରେ ଆଶ୍ରୟ ନେଇଥିଲେ l ସେହି ସମୟରେ ଚମାର ହୋ ବଜ୍ରାଘାତରେ ଶିକାର ହୋଇଥିଲେ ଏଥିସହିତ ଗଛକୁ ମଧ୍ୟ ଘଡଘଡି ମାରିଥିଲା ଯାହାଦ୍ୱାରା ଆମ୍ବ ଗଛଟି ମଧ୍ୟ ଫାଟିଯାଇଥିଲା l ଫଳରେ ଚମାର ହୋ ସଂଜ୍ଞାହୀନ ଅବସ୍ଥାରେ ତଳେ ପଡିଯାଇଥିଲେ l ବର୍ଷା ଛାଡିବା ପରେ ସେହି ବାଟଦେଇ ଯାଉଥିବା ଲୋକେ ତାଙ୍କୁ ଦେଖିଥିଲେ l ତେଣୁ ତାଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରି ଆମ୍ବୁଲାନ୍ସରେ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l