ବୋଡାସମ୍ବର ନୁଆଁଖାଇ ଭେଟଘାଟର ରଙ୍ଗୋଲି ଝୋଟି ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ।

45

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ଏ. ଵି. ସି. ଡି. ଆନୁକୁଲ୍ୟରେ ଆୟୋଜିତ ହେଉଥିବା ୨୮ ତମ ବୋଡାସମ୍ବର ନୂଆଁଖାଇ ଭେଟଘାଟ ୨୦୨୬, ସ୍ଥାନୀୟ ରାଜାଜୀ ଟାଉନ ହଲ ଠାରେ ରଙ୍ଗୋଲି, ଝୋଟି ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସଂଯୋଜକ ପ୍ରତାପ ନାଥ ଓ ସହଦେଵ ମେହେର ପରିଚାଳନା କରିଥିବା ବେଳେ ବିଚାରକ ଭାବରେ ଶ୍ରୀ ଜଗନ୍ନାଥ ସେଠ, ଶ୍ରୀ ଦୁର୍ଗାଶିଷ ପଟ୍ଟନାୟକ ଓ ଶ୍ରୀ ନରେନ୍ଦ୍ର ବରିହା ଦାୟୀତ୍ୱ ତୁଲାଇଥିଲେ।ଏଥିରେ ପଦ୍ମପୁର ର ସମସ୍ତ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏହା ସହିତ ମହିଳା ମାନଙ୍କ ପାଇଁ ରଙ୍ଗୋଲି ପ୍ରତିଯୋଗିତା ମଧ୍ୟ ହୋଇଥିଲା। ସମସ୍ତ ବିଭାଗ ର ପ୍ରତିଯୋଗିତା ରେ ଉତ୍ତୀର୍ଣ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ତା.୧୫.୦୯.୨୦୨୬ ମଙ୍ଗଳବାର ନୁଆଁଖାଇ ଦିନ ସନ୍ଧ୍ୟା ଘ. ୬. ୦୦ ସମୟରେ ରାଜବୋଡା ସମ୍ବର ହାଇସ୍କୁଲ ପ୍ରାଙ୍ଗଣରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ପୁରସ୍କୃତ କରାଯିବ।ଏବିସିଡ଼ି କ୍ଲବର ସମ୍ପାଦକ ରଘୁନାଥ ପୁରୀ ,ସୁମନ୍ତ ସାହୁ, ଶାନ୍ତ ସଂଗ୍ରାମ ଭୋଇ, ଅଂଶୁମାନ ମେହେର, ସୁନୀଲ ଭୋଇ, ରବୀନ୍ଦ୍ର ଦାଶ, ଅମୀୟ କୁ. ପୁରୋହିତ, ସୁରେଶ ମିଶ୍ର, ସରୋଜ ଯୋଶୀ, ସରୋଜ ଦାନୀ ଓ ତୁଷାର କାନ୍ତ ପଧାନ ପୂର୍ଣ୍ଣ ମାତ୍ରାରେ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥଲେ। ଶେଷରେ ସଭାପତି ଅନିଲ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.