ବାଲେଶ୍ବର: ସୋର ସହରରେ ଦିନକୁ ଦିନ ଚୋରି ବଢ଼ି ବଢ଼ି ଚାଲିଛି। ଏ ନେଇ ଗାଁ ଠୁ ବଜାର ସମସ୍ତ ଙ୍କ ମନରେ ଭୟ ର ବାତାବରଣ ଦେଖିବାକୁ ମିଳିଥିବା ବେଳେ ସୋର ପୋଲିସ ର ହାତ ଖାଲିଥିବା ଘଟଣା ରେ ସ୍ଥାନୀୟ ଅଞ୍ଚଳରେ ଲୋକ ମାନଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚା ର ବିଷୟ ପାଲଟିଛି।ଗତ କାଲି ବିଳମ୍ବିତ ରାତିରେ ନଦୀ ଗାଁ ବଜାର ରେ ଥିବା ୬ ଟି ଭିନ ଭିନ ଦୋକାନ ରୁ ଚୋରି ହୋଇଥିବା ଅଭିଯୋଗ ମିଳିଛି ।ମିଳିଥିବା ସୂଚନା ଅନୁଯାୟୀ ନଦୀ ଗାଁ ବଜାର ରେ ଥିବା ଦୁଇଟି ମିଠା ଦୋକାନ ସମେତ ଗୁପ୍ ଚୁପ୍ ଦୋକାନ, ସେଲୁନ ଭଳି ୬ ଟି ଦୋକାନ ରୁ ଦୁବୃର୍ତ୍ତ ମାନେ କଳାକନା ବୁଲାଇ ଦେଇଥିବା ନେଇ ସୋର ଥାନା ରେ ଅଭିଯୋଗ ପରେ ସୋର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।