ସହାୟତାର ହାତ ବଢ଼ାଇଦେଲେ କୁନି ଝିଅଟା ବଂଚି ଯାଆନ୍ତା 

0

ବରଗଡ଼ : ବରଗଡ଼  ଜିଲ୍ଲାର ଗାଇସିଲେଟ ବ୍ଲକ ଅନ୍ତର୍ଗତ ବୈଦପାଲି ଗ୍ରାମର ପ୍ରିୟଙ୍କା ସାହୁକୁ ଡାହାଣ ଆଖିରେ କ୍ୟାନ୍ସର ହୋଇଛି |  କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ଡାକ୍ତରଖାନାରେ ଚିକିତ୍ସା ସମ୍ଭବ ହୋଇ ପାରି ନଥିବାରୁ ତାଙ୍କର ଚିକିତ୍ସା ପାଇଁ ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ କ୍ୟାନ୍ସର ଡାକ୍ତରଖାନାକୁ ନିଆଯାଇଛି |  ବୃତ୍ତିରେ ଟିଭି ମେକାନିକ ହୋଇ ପରିବାର ପୋଷଣ କରୁଥିବା ଝିଅର ବାପା ସୁଦାମ ଚରଣ ସାହୁଙ୍କ ପାଇଁ ଝିଅର ଚିକିତ୍ସା କରିବା ସମ୍ଭବପର ହେଉନାହିଁ | ଡାକ୍ତର କହିଛନ୍ତି ଝିଅର କେମୋଥେରାପି ଯୋଗୁଁ ଡାହାଣ ଆଖି ସମ୍ପୂର୍ଣ ନଷ୍ଟ ହୋଇଯାଇଛି |  ତେଣୁ ଚିକିତ୍ସା ପାଇଁ 3 ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ ହେଉଛି ଯାହାକି ସୁଦାମଙ୍କ ପକ୍ଷରେ ସମ୍ଭବ ହୋଇ ପାରୁନାହିଁ | ତେଣୁ ସେ ସହୃଦୟ ବ୍ୟକ୍ତି ମାନଙ୍କୁ ଅନୁରୋଧ କରିଥିଲେ ଝିଅର ଚିକିତ୍ସା ପାଇଁ ଆର୍ଥିକ ସହାୟତା କରିବା ପାଇଁ |  ଏହି ଖବର ପାଇ ଯୋଖିପାଲିର ଯୁବ ସମାଜସେବୀ ଦିବସ କୁମାର ସାହୁ ଝିଅର ଚିକିତ୍ସା ନିମନ୍ତେ କିଛି ଆର୍ଥିକ ସହାୟତା କରିବା ସକାଶେ କ୍ରାଉଡ ଫଣ୍ଡିଙ୍ଗ ଜରିଆରେ ଲୋକଙ୍କଠାରୁ ସଂଗୃହିତ ହୋଇଥିବା 9000 ଟଙ୍କା ସୁଦାମ ଚରଣ ସାହୁଙ୍କ ଷ୍ଟେଟ ବ୍ୟାଙ୍କ ଖାତା  ନଂ 32590986001,ଗାଇସିଲେଟ ବ୍ରାଞ୍ଚ କୁ ପଠେଇଛନ୍ତି | ମୁମ୍ବାଇରୁ ଥାଇ ଝିଅର ଚିକିତ୍ସା ପାଇଁ ଆର୍ଥିକ ସହାୟତା କରିବା ସକାଶେ ବାପା ସୁଦାମ ଚରଣ ସାହୁ ବିନମ୍ର ଅନୁରୋଧ କରିଛନ୍ତି |  ( ମୋ. ନଂ- 9337116715).କେହି ସହୃଦୟ ବ୍ୟକ୍ତି କୁନି ଝିଅ ପ୍ରିୟଙ୍କାକୁ ସହାୟତା କରିବାକୁ ଚାହୁଁଥିଲେ ତାଙ୍କ ନମ୍ବରରେ ସମ୍ପର୍କ କରି ଉପରୋକ୍ତ ବ୍ୟାଙ୍କ ଖାତାରେ ଆର୍ଥିକ ସହାୟତା କରିପାରିବେ |

http://www.youtube.com/watch?v=GbTZsSE8ZME 

Leave A Reply

Your email address will not be published.