ଗୁରୁଦିବସ ଉପଲକ୍ଷେ ବାଲ୍ୟବିବାହ ରୋକିବାରେ ସହଯୋଗୀ ଭୂମିକା ଆଲୋଚନା ଚକ୍ର

16

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଗଜପତି ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଗଣିଆ ଉନ୍ନୟନ କମିଟି(ଜିୟୁସି)ଏକତା ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ପବିତ୍ର ଗୁରୁଦିବସ ଉପଲକ୍ଷେ ବାଲ୍ୟବିବାହ ନିୟନ୍ତ୍ରଣ କରିବାରେ ସହଯୋଗୀ ମାନଙ୍କ ଭୂମିକା ସମ୍ୱନ୍ଧୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ସମାଜ ମଙ୍ଗଳ ବିଭାଗର ସୁରକ୍ଷା ଅଧିକାରୀ ସରଳା ପାତ୍ର ଏବଂ ସମାଜସେବୀ ଭାଗବତ ପାଢୀ ଯଥାକ୍ରମେ ମୁଖ୍ୟଅତିଥି , ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ରୂପେ ମଂଚାସୀନ ଥିଲେ। ବକ୍ତାମାନେ ଜିଲ୍ଲା ପ୍ରଶାସନ ତରଫରୁ ବାଲ୍ୟବିବାହ ନିରାକରଣ ସକାଶେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ତତ୍ ସଂଗେସଂଗେ ତୃଣମୂଳସ୍ତରରେ ଏହି କାର୍ଯ୍ୟକ୍ରମ ଲୋକାଭିମୁଖୀ ଓ ସଚେତନ କରାଯିବା ସହ ବିଭିନ୍ନ ଗୋଷ୍ଠୀ , ପଂଚାୟତ ପ୍ରତିନିଧି ଏବଂ ବ୍ୟକ୍ତିବିଶେଷ ମାନଙ୍କ ଦ୍ୱାରା ଏହାର ସଫଳ ରୂପାୟନ ପ୍ରକ୍ରିୟା ସମ୍ୱନ୍ଧରେ ମତପ୍ରକାଶ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ରଗିରି ମହାବିଦ୍ୟାଳୟର କ୍ରିଡା ଶିକ୍ଷକ ମାଧବ ଖୁଣ୍ଟିଆ , ସୁବଲଡାର ସମାଜସେବୀ କମଳଲୋଚନ ରଇତ , ରାମଗିରି ଏସଏସଡି ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଅଜିତ କୁମାର ପରିଚ୍ଛା , ରାମଗିରି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଡମୁଣୀ କାର୍ଯୀ , ଜଲନ୍ତି ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଗନ୍ନାଥ ଭୂୟାଁ ,ମଂଗରାଜପୁର ପଂଚାୟତର ସରପଂଚ ଶ୍ରୀଧର ଭୂୟାଁ , ପୋତାର ପଂଚାୟତର ସରପଂଚ ଅମ୍ୱିକା ନାୟକ , ରାମଗିରି ଆଂଗନବାଡି କର୍ମୀ ସରୋଜିନୀ ପାଇକ , ପୋଲସରା ଅଙ୍ଗନବାଡ଼ି କର୍ମୀ ସୁନୀତା ବେହେରା , ଅଡବାର ପୂର୍ବତନ ସରପଂଚ ପ୍ରଦିପ ଦଳବେହେରା , ଚୁଡଂଗପୁର ପିଇଓ କୋଣ୍ଡା ଶ୍ରୀକାନ୍ତ ନିଜର ଅନୁଭୂତିରେ ବାଲ୍ୟବିବାହ ରୋକିବାରେ ସେମାନଙ୍କର ଭୂମିକା ସମ୍ପର୍କରେ ଅବଗତ କରିଥିଲେ। ଉପରିସ୍ଥ ସମସ୍ତଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସଖୀ ଓ୍ୱାନଷ୍ଟେପ୍ ସେଣ୍ଟରର ପ୍ରଶାସିକା ସୁନୀତା ରଥ ନିଜର ମନ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ଜିୟୁସିର ସଂଯୋଜିକା ନିର୍ମଳା ପଟ୍ଟନାୟକ ସଂଯୋଜନା କରିଥିଲେ ଏବଂ ଏକତା ଅନୁଷ୍ଠାନର ସଂଯୋଜିକା ଗାୟତ୍ରୀ ମହାନ୍ତି ପରିଚାଳନା କରିଥିଲେ। ଏହାସହ ପ୍ରିୟଙ୍କା ପରିଡା , ଅନୀତା ନାୟକ , ଗୀତାରାଣୀ ଦୋରା , ଭବାନୀଶଂକର କାର୍ଯୀ ସହଯୋଗ କରିଥିଲେ। ଶେଷରେ ନିର୍ମଳା ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଚାଇଲ୍ଡ ହେଲ୍ପଲାଇନ , ସକ୍ଷୀ ଓ୍ୱାନଷ୍ଟେପ୍ ସେଣ୍ଟର , ଉତ୍କଳ ବାଳାଶ୍ର , ଆଭା ଅନୁଷ୍ଠାନର କର୍ମକର୍ତ୍ତା , ଶିଶୁ ମଂଗଳ ସମିତିର ସଦସ୍ଯ/ସଦସ୍ଯା ଯୋଗଦାନ କରିଥିଲେ।

Leave A Reply

Your email address will not be published.