ଗଞ୍ଜେଇ ଭର୍ତ୍ତି ଟେମ୍ପୋ ସହ ବୋଲେନୋ କାର ଓ ଦୁଇ ଲକ୍ଷ ଟଙ୍କା ଜବତ।

9


ନୀଳଗିରୀ, ୦୫/୦୯: ଭୁବନେଶ୍ୱର ର ନାର୍କୋଟିକ କଣ୍ଟୋଲ ବ୍ଯୁରୋ (ଏନ୍ ସି ବି) ଟିମ୍ ଏକ ଗଞ୍ଜେଇ ଭର୍ତ୍ତି ବୋଲେନ କାର କୁ ଭୁବନେଶ୍ୱର ରୁ ଅନୁସରଣ କରି ବାଲେଶ୍ବର ଆସୁଥିବା ବେଳେ ଖନ୍ତାପଡ଼ା ନିକଟରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ସେଠାରେ ଥିବା ଏକ ଅଟୋରେ କାର ରୁ ୮୦କିଲୋ ଗଞ୍ଜେଇ ବାହାର କରି ଉକ୍ତ ଅଟୋରେ ଭର୍ତ୍ତି କରି ରେମୁଣାକୁ ଚାଲାଣ ହେଉଥିବା ବେଳେ ଟିମ୍ କୁ ଦେଖି ସଙ୍ଗେ ସଙ୍ଗେ ନୀଳଗିରି ରାସ୍ତାରେ ଆସୁଥିବା ବେଳେ କାହାଳିଆ ଗ୍ରାମକୁ ଅଟୋଟି ଯାଉଥିବା ବେଳେ ଭୟରେ ଗଞ୍ଜେଇ ଭର୍ତ୍ତି ଅଟୋ କୁ ଡ୍ରାଇଭର ବିଲ ତଳକୁ ଖସାଇ ଦେଇ ଫେରାର ହୋଇଯାଇଥିଲା। ପଛରେ (ଏନ୍ ସି ବି) ବୋଲେନ ଓ ଏକ ବାଇକ୍ ଚାଳକକୁ ମାଦକ ଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ଟିମ୍ ଜବତ କରୁଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି। ଚଢାଉ ପୂର୍ବରୁ ନୀଳଗିରି ପୋଲିସର ସହଯୋଗ ଲୋଡ଼ିବା ପରେ ନୀଳଗିରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସହଯୋଗ କରିଥିଲେ। ଜବତ ୮୦କିଲୋ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ଆଠ ଲକ୍ଷ ଟଙ୍କା ହେବ ବୋଲି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.