ସେଂଚୁରିୟାନ ବିଶ୍ୱବିଦ୍ୟାଳୟରେ ହସତେରୁଆ ଗ୍ରୁପ୍ର ଅଧ୍ୟକ୍ଷ ରାମନାଥ ତ୍ରିପାଠୀ ସମ୍ମାନିତ

10

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସେଂଚୁରିୟାନ ବିଶ୍ୱବିଦ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ଜୟପୁରର ହସତେରୁଆ ଗ୍ରୁପ୍ର ଅଧ୍ଯକ୍ଷ ରାମନାଥ ତ୍ରିପାଠୀଙ୍କୁ ସମ୍ମାନିତ କରାଯାଇଛି। ନିଜର ମନ୍ତବ୍ୟରେ ହସର ମୂଲ୍ଯ ଛାତ୍ରଛାତ୍ରୀ ମାନଙ୍କୁ ଅଧ୍ୟୟନ ସମୟରେ ମୁକ୍ତ ମସ୍ତିସ୍କ ରଖି ଜ୍ଞାନ ଆହରଣ ଶକ୍ତିର ବିଭିନ୍ନ ଦିଗ ଉପରେ ଆଲେକପାତ କରିଥିଲେ।ମସ୍ତିସ୍କକୁ ଭାରାକ୍ରାନ୍ତ ନକରି ଏକ ସୁସ୍ଥ ବାତାବରଣ ମଧ୍ୟରେ ଦଳଗତ ଆଲୋଚନାଦ୍ୱାରା କିପରି ନିଜର ଭବିଷ୍ଯତ ଗଠନ କରାଯାଇ ପାରିବ ସେ ସମ୍ପର୍କରେ ବୁଝାଇଥିଲେ।
ବୈଷୟିକ ଓ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ ମାନେ ନିଜର ଜ୍ଞାନକୌଶଳକୁ ବୁଦ୍ଧିମତା ଦ୍ୱାରା ନିଜକୁ ଦ୍ୱନ୍ଦଠାରୁ ଦୂରରେ ରଖି ସରଳ ଓ ସାବଲୀଳ ଚିନ୍ତାଧାରାକୁ ଆପଣାଇବାକୁ ପରାମର୍ଶ ଦେଇଥିଲେ। ଜଣେ ପ୍ରତିଯୋଗୀ ହିସାବରେ ହାସ୍ଯକୁ ମାନସିକ ଓ ଶାରିରୀକ ଶକ୍ତିର ଅଂଶ ବିଶେଷ ଭାବି କାର୍ଯ୍ୟରେ ଲଗାଇ ସଫଳତା ହାସଲ କରିବାକୁ କହିଥିଲେ। ଉପସ୍ଥିତ ଅତିଥି ବ୍ରହ୍ମପୁରର ସାଂସଦ ଡ.ପ୍ରଦିପ ପାଣିଗ୍ରାହୀ , ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ , ସେଂଚୁରିୟାନ ବିଶ୍ୱବିଦ୍ୟାଳୟର ଉପ ସଭାପତି ପ୍ରଫେସର ଡିଏନ୍ ରାଓ , କୁଳପତି ସୁପ୍ରିୟା ପଟ୍ଟନାୟକ ତଥା ବିଶ୍ୱବିଦ୍ୟାଳୟର ସମସ୍ତ ଫେକଲ୍ଟି ଏବଂ ଛାତ୍ରଛାତ୍ରୀ ତାଂକର ବକ୍ତବ୍ଯକୁ ତାରିଫ କରିଥିଲେ।

Leave A Reply

Your email address will not be published.