ଐତିହ୍ୟ ଦିବ୍ୟ ସିଂହ ପିସିସି ସମ୍ପାଦକ ଭାବେ ମନୋନୀତ।

10

କେନ୍ଦୁଝର,ତା୫/୯-ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଦ୍ୟ ପ୍ରକାଶିତ ରାଜ୍ୟସ୍ତରୀୟ କମିଟିରେ ରାଜ୍ୟ ସମ୍ପାଦକ ଭାବେ କେନ୍ଦୁଝରର ଐତିହ୍ୟ ଦିବ୍ୟ ସିଂହ ମନୋନୀତ ହୋଇଛନ୍ତି । ସେ ଆଗରୁ ରାଜ୍ୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ, ଜିଲ୍ଲା ଯୁବ କଂଗ୍ରେସ ଉପ ସଭାପତି, ଜିଲ୍ଲା ସାମାଜିକ ଗଣମାଧ୍ୟମ ସଂଯୋଜକ, ରାଜ୍ୟ ସାମାଜିକ ଗଣମାଧ୍ୟମ ସମ୍ପାଦକ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିସାରିଛନ୍ତି । ସେ ଏହି ନିଯୁକ୍ତି ପାଇଁ ଅଖିଳ ଭାରତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ୍ ଖଡଗେ, ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଓଡ଼ିଶା ପ୍ରଭାରୀ ଲାଲ୍‌ଜୀ ଦେଶାଇ, ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନା ଏବଂ ଜିଲ୍ଲା ସଭାପତି ମନୋଜ କୁମାର ଜେନାଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.