ଟିକେଟ ନପାଇ ବିଜେଡିରେ ଯୋଗଦେଲେ ଉତ୍କଳ ଓ ପ୍ରମୋଦ 

0 2

ମିଶନ ” ଟିକେଟ ନମିଳିଲେ ଦଳ ଛାଡ଼”

ଭୁବନେଶ୍ୱର :  କେନ୍ଦ୍ରାପଡ଼ା ଜିଲ୍ଲା ବିଜେପିର ବରିଷ୍ଠ  ନେତା ତଥା ପୂର୍ବତନ କେନ୍ଦ୍ରାପଡ଼ା ବିଧାୟକ ଶ୍ରୀ ଉତ୍କଳ  କେଶରୀ ପରିଡ଼ା ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଂପାଦକ ତଥା ପାରାଦୀପ କଂଗ୍ରେସ ନେତା ପ୍ରମୋଦ କିଶୋର ଜେନା ବିଜୁ ଜନତା ଦଳ ସଭାପତି ତଥା  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏଥିସହ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ଉପ-ସଭାନେତ୍ରୀ ଶ୍ରୀମତୀ ଗୀତାଞ୍ଜଳି ସେଠୀ, ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ଉପ-ସଭାପତି ସନ୍ତୋଷ କୁମାର ଦାସ, କଂଗ୍ରେସର ପର୍ଯ୍ୟବେକ୍ଷକ ରଞ୍ଜନ କୁମାର ଦାସ, ଓଡ଼ିଶା ପ୍ରଦେଶ କଂଗ୍ରେସ କିଶାନ ସେଲ୍‍ ସଂପାଦକ ବିଶ୍ୱନାଥ ପାଣି, ପାରାଦୀପ ଯୁବ କଂଗ୍ରେସ ସଭାପତି ସନ୍ତୋଷ କୁମାର ବିଶ୍ୱାଳ, ପାରାଦୀପ ପୌରପାଳିକାର ପୂର୍ବତନ କାଉନ୍‍ସିଲର ମନୋଜ କୁମାର ବେହେରା ପ୍ରମୁଖ ନିଜ ନିଜର ଦଳ ପରିତ୍ୟାଗ କରି ଆଜି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ଶ୍ରୀ ପରିଡ଼ା ଏବଂ ଶ୍ରୀ ଜେନାଙ୍କ ସହ ସମସ୍ତ ବିଜେପି ଓ କଂଗ୍ରେସର ନେତା-କର୍ମୀଙ୍କୁ ମାନ୍ୟବର ସଭାପତି ଶ୍ରୀ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ସମସ୍ତେ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି । ଏହି ଯୋଗଦାନ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ବିଜେଡିର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।

 

Leave A Reply

Your email address will not be published.