କୁଲିମେହେର ବିକାଶ ମହାସଂଘ ପକ୍ଷରୁ ନୂତନଭବନ ନିର୍ମାଣ ସକାଶେ ଭୂମି ପୂଜନ 

0 2

 ବରଗଡ଼-ବରପାଲି ନେହେରୁ ନଗର ଠାରେ ଆଜି ସକାଳ ୧୦ ଘଟିକା ସମୟରେ କୁଲିମେହେର ବିକାଶ ମହାସଂଘ,ଓଡ଼ିଶାର ସାଧାରଣ ସମ୍ପାଦକ ଶ୍ରୀ ଶୋଭାସାଗର ମେହେରଙ୍କ ଦ୍ଵାରା ନୂତନଭବନ ନିର୍ମାଣ ସକାଶେ ଭୂମି ପୂଜନ କରାଯାଇଥିଲା। ମହାସଂଘ ର ସାଂଗଠନିକ ସଂପାଦକ ଶ୍ରୀ ଯୁକ୍ତ କ୍ଷମାନିଧିମେହେର ଆବାହନରେ ବିଭିନ୍ନ ଗ୍ରାମର ଶତାଧିକ ଜାତିଭାଇ ଉପସ୍ଥିତ ଥିଲେ ।ମହାସଂଘର କୋଷାଧ୍ୟକ୍ଷ ଶ୍ରୀ ଭୀକାରି ମେହେର ,ସାଧୁରାମ ମେହେର ,ବରଗଡ ଜିଲ୍ଲା ସଭାପତି ଶ୍ରୀ ଶୃକ୍ରୁମେହେର ଉପସଭାପତି ଶ୍ରୀ ସେବାରାମ ମେହେର,ସୋନପୁର ଜିଲ୍ଲା ସଭାପତି ଶ୍ରୀ ଚିନ୍ତାମଣି ମେହେର ଉପସ୍ଥିତ ଥିଲେ । ବରଗଡ଼ର ଶ୍ରୀ ମନବୋଧ ମେହେର ପୂଜାର୍ଚ୍ଚନା କରିଥିଲେ ।

Leave A Reply

Your email address will not be published.