ସଂଗଠନ ଓ ପ୍ରଚାରକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନୂତନ କର୍ମକର୍ତ୍ତା

0 2

ଭୁବନେଶ୍ୱର : ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦଳର ସଂଗଠନ ଓ ପ୍ରଚାରକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତି  ଦେଇଛନ୍ତି । ଏହିକ୍ରମରେ ଶ୍ରୀ ସରୋଜ ସାହୁଙ୍କୁ ଦଳର ରାଜ୍ୟ ସଂପାଦକ, ଶ୍ରୀ ସରୋଜ ନାୟକଙ୍କୁ ଶ୍ରମିକ ସେଲ୍‍ର ରାଜ୍ୟ ଉପ-ସଭାପତି, ଶ୍ରୀ ଚିତ୍ତରଞ୍ଜନ ଚୌଧୁରୀଙ୍କୁ ବିଜୁ କୃଷକ ଜନତା ଦଳର ରାଜ୍ୟ ସଂପାଦକ, ଶ୍ରୀ ଦୀପ୍ତିକାନ୍ତ ପରିଜାଙ୍କୁ ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସଂପାଦକ, ଶ୍ରୀ ଧୀରେନ୍ଦ୍ର କୁମାର ଜେନାଙ୍କୁ ବିଜୁ କୃଷକ ଜନତା ଦଳର ରାଜ୍ୟ ସଂପାଦକ, ଶ୍ରୀ ଅଜୟ ନାୟକଙ୍କୁ ଦଳର ରାଜ୍ୟ ସଂପାଦକ ସହିତ ବାଲେଶ୍ୱର ଜିଲ୍ଲା ପାଇଁ ସହ-ପର୍ଯ୍ୟବେକ୍ଷକ, ଶ୍ରୀ ଶ୍ୟାମାପ୍ରସାଦ ବେହେରାଙ୍କୁ ଦଳର ରାଜ୍ୟ ସାଧାରଣ ସଂପାଦକ ସହିତ ବସ୍ତା ଓ ଜଳେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ, ଶ୍ରୀ ଯାଦବେଶ ମିଶ୍ରଙ୍କୁ ବାଲେଶ୍ୱର ଜିଲ୍ଲା ସଂପାଦକ ସହ ବସ୍ତା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି ।

ସେହିପରି ଶ୍ରୀ ଅଜୟ କୁମାର ସାହୁଙ୍କୁ ବାଲେଶ୍ୱର ଜିଲ୍ଲା ସଂପାଦକ ସହ ଭୋଗରାଇ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ, ପାଲ୍‍ଲହଡ଼ା ନିର୍ବାଚନ ମଣ୍ଡଳୀର ଶ୍ରୀ ମନୋଜ ସାହୁଙ୍କୁ ଦଳର ରାଜ୍ୟ ସଂପାଦକ, ରାଇରଙ୍ଗପୁର ବିଧାୟକ ସାଇବା ସୁଶୀଲ କୁମାର ହାଁସଦାଙ୍କୁ ଦଳର ସାଧାରଣ ସଂପାଦକ ସହିତ ବାଙ୍ଗିପୋଷୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ,  ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀ ରଘୁନାଥ ସାହୁଙ୍କୁ ରାଜ୍ୟ ସାଧାରଣ ସଂପାଦକ ଭାବେ , ସାରସକଣା ବିଧାୟକ ଶ୍ରୀ ଭାଦବ ଚନ୍ଦ୍ର ହାଁସଦାଙ୍କୁ ଦଳର ସାଧାରଣ ସଂପାଦକ, ଶ୍ରୀ ଅଜେନ୍‍ ମୁର୍ମୁ, ଶ୍ରୀ ହାଲୁ ମୁଣ୍ଡାରୀ ଓ ଶ୍ରୀ କୃଷ୍ଣଚନ୍ଦ୍ର ଦାସଙ୍କୁ ଦଳର ରାଜ୍ୟ ସଂପାଦକ, ଶ୍ରୀ ରତିକାନ୍ତ ପରୀକ୍ଷାଙ୍କୁ ଧାର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ, ଶ୍ରୀ ଦେବାଶିଷ ମହାନ୍ତିଙ୍କୁ ମୟୂରଭଞ୍ଜ ଜିଲ୍ଲା ବିଜେଡି ସଭାପତି, ବିଶୋୟୀ ବ୍ଲକ ପଞ୍ଚାୟତ ସମିତି ସଭ୍ୟ ଶ୍ରୀ କ୍ଷୀରୋଦ ନନ୍ଦଙ୍କୁ ବିଜୁ ଯୁବ ଜନତା ଦଳ ରାଜ୍ୟ ଉପ-ସଭାପତି ଏବଂ ଶ୍ରୀ ଜୋଲେନ୍‍ ନାଏକଙ୍କୁ ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସଂପାଦକ ଭାବେ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି ବୋଲି ଦଳର ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି ।

ସେହିପରି ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ପାଇଁ ଶ୍ରୀ ପ୍ରମୋଦ କୁମାର ରଥଙ୍କୁ ସଂଯୋଜକ ଭାବେ ଏବଂ ଶ୍ରୀ ସିଦ୍ଧାର୍ଥ ସାହାଙ୍କୁ ସହ-ସଂଯୋଜକ ଭାବେ ନିଯୁକ୍ତି ଦେଇଛନ୍ତି ।  ପାଲ୍‍ଲହଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଶ୍ରୀ ମନୋଜ ସାହୁ, ନୟାଗଡ଼ ଜିଲ୍ଲା ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ରାମେଶ୍ୱର ଶତପଥୀ, ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଶିଶିର କୁମାର ସାହୁ ଓ ସୁନ୍ଦରଗଡ଼ ଜିଲ୍ଲାର ସୁଶ୍ରୀ ଉପାସୀ ଓରାମ୍‍ଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛନ୍ତି|  ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପ-ସଭାପତି ଭାବେ ଜଟଣୀ ନିର୍ବାଚନ ମଣ୍ଡଳୀର ଶ୍ରୀ ସୂର୍ଯ୍ୟକାନ୍ତ ନନ୍ଦଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ଦଳର ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି ।

Leave A Reply

Your email address will not be published.