ବିଜେପି ଭୁବନେଶ୍ୱରରେ ଆଗାମୀ ଦିନରେ ଲୋପ ପାଇଯିବ : ବିଜୟଲକ୍ଷ୍ମୀ

0 2

ବିଜେଡିରେ ଯୋଗଦେଲେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ କୋଷାଧ୍ୟକ୍ଷାଙ୍କ ସହ ୫୦୦ରୁ ଉର୍ଦ୍ଧ୍ବ କର୍ମୀ

ଭୁବନେଶ୍ୱର: ବିଜେପିର ଦୁର୍ଦ୍ଧିନ ସମୟରେ ଆମେମାନେ କାମ କରିଥିଲୁ, କିନ୍ତୁ ସୁଦିନ ସମୟରେ ଆମ ଭଳିଆ କର୍ମୀମାନଙ୍କୁ ପଚରାଗଲା ନାହିଁ । ସୁଦିନ ସମୟରେ ଦଳରୁ ଯେଉଁମାନଙ୍କୁ ନିଲମ୍ବିତ କରାଯାଇଥିଲା, ସେମାନଙ୍କୁ ଫେରାଇ ଆଣି ଗୁରୁତ୍ୱ ଦିଆଗଲା । ମୋତେ ଭୁବନେଶ୍ୱରର ତଥାକଥିତ ନେତାମାନେ ଯେଭଳି ଦୁର୍ବ୍ୟବହାର ସହ ମାନସିକ ନିର୍ଯାତନା ଦେଲେ, ତାହା କଦାପି ଭୁବନେଶ୍ୱର ବିଜେପିକୁ ଶୋଭା ପାଇବ ନାହିଁ । ମୋ ଭଳି ଆଗଧାଡ଼ିର ନେତ୍ରୀଙ୍କୁ କାମ କରିବାର ସୁଯୋଗ ଦେଲେ ନାହିଁ । ମହିଳାମାନଙ୍କ ଦ୍ୱାରା କାର୍ଯ୍ୟ କରାଇ ସୁବିଧା ନେବାକୁ ସର୍ବଦା ଚେଷ୍ଟା କଲେ । କିନ୍ତୁ ବର୍ତ୍ତମାନ ଆମେମାନେ ବିଜେପିର ନେତାମାନଙ୍କୁ ଦେଖାଇଦେବୁ ଯେ ମହିଳାମାନେ କ’ଣ କରିପାରିବେ? ଯେଉଁଭଳି ଭାବରେ ଆମମାନଙ୍କୁ ନିର୍ଯାତନା ଦେଇଛନ୍ତି, ବିଜେପି ଭୁବନେଶ୍ୱରରେ ଆଗାମୀ ଦିନରେ ଲୋପ ପାଇଯିବ ବୋଲି କହିଛନ୍ତି ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା ବିଜେପି ମହିଳା ମୋର୍ଚାର କୋଷାଧ୍ୟକ୍ଷ ତଥା ଭୁବନେଶ୍ୱରର ଲଡ଼ୁଆ ନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର | 

ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ପୂର୍ବତନ ମେୟର ତଥା ଭୁବନେଶ୍ୱର-ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀ ଅନନ୍ତ ନାରାୟଣ ଜେନାଙ୍କ ନେତୃତ୍ୱରେ ଭୁବନେଶ୍ୱର ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ କୋଷାଧ୍ୟକ୍ଷା ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ସହ ୫୦୦ରୁ ଉର୍ଧ୍ଵ  ମହିଳା ଓ ଯୁବ ମୋର୍ଚ୍ଚାର ସଦସ୍ୟ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ସମସ୍ତ ବିଜେପି ମହିଳା ମୋର୍ଚ୍ଚା ଓ ଯୁବ ମୋର୍ଚ୍ଚାର ନେତା ଓ କର୍ମୀମାନଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ସମସ୍ତେ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି । ଏହି ଯୋଗଦାନ ବିଜେଡିର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।

 

Leave A Reply

Your email address will not be published.