ପୁଣି ଏକ ଦଳକୁ ମୁହଁ ମୋଡିଲେ ବିଭୁ ତରାଇ 

0 1

 ତିର୍ତ୍ତୋଲ କଂଗ୍ରେସ ବିଧାୟକ ଟିକଟ ଫେରାଇଦେଲେ

କଂଗ୍ରେସ ଛାଡିଲେ,  ପଦ୍ମରୁ ହୋଇପାରନ୍ତି ଜଗତସିଂହପୁର ପାଇଁ ସାଂସଦ ପ୍ରାର୍ଥୀ   

ତିର୍ତ୍ତୋଲ/ପାରାଦ୍ୱୀପ-ରମେଶ ମହାନ୍ତି : ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ କେଇଟା ଦିନ ବାକି ଥିବାବେଳେ ସବୁ ଦଳ ପକ୍ଷରୁ ନିଜ ନିଜର ପ୍ରାର୍ଥୀ ତାଲିକା ଘୋଷଣା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି।ହେଲେ ଆମ ନେତା ମାନଙ୍କର ଏଦଳ ସେଦଳ ଡିଆଁ ଡେଇଁ ପ୍ରତିଯୋଗିତା ଚାଲୁ ରହିଛି।କିଏ ଟିକଟ ପାଇବା ପାଇଁ ତ କିଏ ଟିକଟ ପାଇ ସାରିବା ପରେ ମଧ୍ୟ ଏଦଳ ସେଦଳ ଡେଉଁଛନ୍ତି।ଯାହାକି ଏଭଳି ସମୟରେ ଗୋଟେ ପରେ ଗୋଟେ କଂଗ୍ରେସ ନେତା ଟିକଟ ପାଇସାରିବା ପରେ ମଧ୍ୟ ନିର୍ବାଚନରେ ଲଢ଼ିବା ପାଇଁ ମନାକରିବା ଓ ଦଳରୁ ଇସ୍ତଫା ଦେବା କଂଗ୍ରେସ ପାଇଁ ଚିନ୍ତାର କାରଣ ପାଲଟିଛି।ଏପରିକି ଜଗତସିଂହପୁର ର ପୁର୍ବତନ ସାଂସଦ କୁଜଙ୍ଗ ଅଞ୍ଚଳର ବିଭୂ ପ୍ରସାଦ ତରାଇ ତିର୍ତ୍ତୋଲ ବିଧାନସଭା ଆସନରୁ କଂଗ୍ରେସ ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ଟିକଟ ପାଇସାରିଥିଲେ ମଧ୍ୟ ବୁଧବାର ଦିନ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ଜଣାପଡିଛି।ଶ୍ରୀଯୁକ୍ତ ତରାଇ କ’ଣ ପାଇଁ କଂଗ୍ରେସ ଦଳରୁ ଇସ୍ତଫା ଦେଲେ ଏହାର ସଠିକ କାରଣ ଜଣାପଡି ନ ଥିଲେ ମଧ୍ୟ ସେ ଜଗତସିଂହପୁର ସାଂସଦ ଅବା ପାରାଦୀପ ବିଧାନସଭା ଆସନ ପାଇଁ ଅଶେଯେ ଥିଲେ ବୋଲି ଚର୍ଚ୍ଚା ହେଉଛି |  ପ୍ରାର୍ଥୀ ପାଇଁ ଆଶାୟୀ ଥିଲେ କିନ୍ତୁ ତାଙ୍କୁ ତିର୍ତ୍ତୋଲ ବିଧାୟକ ଟିକଟ ଦିଆଯିବା ଫଳରେ ସେ ଅସନ୍ତୁଷ୍ଟ ହୋଇ ଏଭଳି ପଦକ୍ଷେପ ନେଇଥିବା ପ୍ରକାଶ କରିଛନ୍ତି।ଅନ୍ୟପକ୍ଷରେ ତିର୍ତ୍ତୋଲ ଅଞ୍ଚଳରୁ କଂଗ୍ରେସ ବିଧାୟକ ଟିକଟ ପାଇଁ ଆଶାୟୀ ଥିବା ନେତାଙ୍କୁ ଟିକଟ ଦିଆ ନଯାଇ କୁଜଙ୍ଗ ଅଞ୍ଚଳର ଶ୍ରୀଯୁକ୍ତ ତରାଇଙ୍କୁ ଏହି ବିଧାୟକ ଟିକଟ ଦିଆଯିବା ଫଳରେ ଦଳରେ ଅନ୍ତଦ୍ୱନ୍ଦ ବଢିବା ସହିତ ତାଙ୍କୁ ତୀବ୍ର ବିରୋଧ କରାଯାଉଥିବା କୁହାଯାଉଛି।ଶ୍ରୀଯୁକ୍ତ ତରାଇ ବୁଧବାର ଦିନ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ଗୁରୁବାର ଦିନ ଜଗତସିଂହପୁର ପଦ୍ମ ପୋଖରୀରେ ସାଂସଦ ହେବେ ବୋଲି କୁହାଯାଉଛି।

 

Leave A Reply

Your email address will not be published.