ଅବୈଧ ମଦ କାରବାର ଅଭିଯୋଗ ରେ ଗିରଫ 

0

ପାଇକମାଲ :-(ରାଜେନ୍ଦ୍ର ପ୍ରଧାନ) ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମ ପଞ୍ଚାୟତର ଖପୁରିଦିହି ନିଵାସୀ ସୁମନ୍ତ ବେହେରାକୁ ପୋଲିସ ଅବୈଧ ମଦ କାରବାର ଅଭିଯୋଗ ରେ ଗିରଫ କରିଛି । ଖପୁରିଦିହି ଗ୍ରାମର ମହିଳା ମାନେ ଥାନା ଅଧିକାରୀଙ୍କର ନିକଟରେ ସୁମନ୍ତ ଵିରୋଧ ରେ ଅଭିଯୋଗ କରିଥିଲେ ଯେ ସେ ଗ୍ରାମରେ ଅବୈଧ ଭାବରେ ମଦ ବେପାର କରୁଛି ।ଖବର ପାଇବା ପରେ ପାଇକମାଲ ଥାନା ଅଧିକାରୀ ଙ୍କର ନିର୍ଦେଶ କ୍ରମେ SI ଶ୍ରୀ ବିପିନ ବାଗ ପୋଲିସ ବଳ ସହିତ ସୁମନ୍ତ ର ଦୋକାନ ଉପରେ ଚଢ଼ାଉ କରି ତା ଦୋକାନ ରୁ ଅନେଜ ଦେଶୀ ଓ ବିଦେଶୀ ମଦ ବୋତଲ ଜବତ କରିବା ସହିତ ଅଭିଯୁକ୍ତ ସୁମନ୍ତ ବିରୋଧରେ କେଶ ନ 64/2019ରୁଜୁ କରି ତାକୁ ଗିରଫ କରି କୋଟ ଚାଲାଣ କରିଥିଲେ । SI ଶ୍ରୀ ବିପିନ ବାଗ ଘଟଣାର ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.