ସମ୍ୱାଦ ତରଫରୁ ରାକ୍ଷୀ ପୂର୍ଣ୍ଣିମାରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ

9

– ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ଦୈନିକ ସମ୍ୱାଦ ଖବରକାଗଜ ତରଫରୁ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସମ୍ୱାଦ ଗଜପତି ଜିଲ୍ଲା ପ୍ରତିନିଧି ସୁଜିତ କୁମାର ବିଶୋୟୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଅବସରପ୍ରାପ୍ତ ପ୍ରଶାସକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ତଥା ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନାଚାର୍ଯ୍ୟ ସରୋଜ କୁମାର ପଣ୍ଡା , ଭାଗବତ ପାଢ଼ୀ , ଅନୁଷ୍ଠାନର ପରିଚାଳନା କମିଟିର ସମ୍ପାଦକ ଚନ୍ଦ୍ରଶେଖର ପଟ୍ଟନାୟକ , କନକ ଟିଭିର ପ୍ରତିନିଧି ସୀତାନାଥ ପଣ୍ଡା ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ।
ବକ୍ତାମାନେ ରାକ୍ଷୀ ପୂର୍ଣ୍ଣିମାର ତାତ୍ପର୍ଯ୍ୟ ବୁଝାଇବା ସହ ନିଶାରୁ ଦୂରରେ ରହିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ବାନ କରିଥିଲେ। ତତ୍ ସଙ୍ଗେ ନିଜ ପରିବେଶ ଓ ସମାଜରେ ଏ ଦିଗରେ ସଚେତନତା କରିବାକୁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ଛାତ୍ରୀ ଓ ଗୁରୁମା ମାନେ ଅତିଥିମାନଙ୍କୁ ରାକ୍ଷୀ ପିନ୍ଧାଇଥିଲେ। ଏହାଛଡା ଛାତ୍ରୀମାନେ ବିଭିନ୍ନ ଦଳରେ ବିଭକ୍ତ ହୋଇ ସରକାରୀ କାର୍ଯ୍ୟାଳୟ , ଉପ-କାରାଗାର ତଥା ଅନ୍ୟାନ୍ୟ ସ୍ଥାନ ଯାଇ ରାକ୍ଷୀ ପିନ୍ଧାଇଥିଲେ। ଏହାକୁ ଅନୁଷ୍ଠାନର ଆଚାର୍ଯ୍ୟ ଓ ଗୁରୁମା ମାନେ ପରିଚାଳନା କରିଥିଲେ।

Leave A Reply

Your email address will not be published.