ବିଜେପିରେ ସାମିଲ ହେଲେ ପୂର୍ବତନ କୋକସରା ବ୍ଲକ ଅଧ୍ୟକ୍ଷ

0

ଧର୍ମଗଡ଼ରୁ ସୁଶାନ୍ତ ରାଉତ:  କୋକସରା ବ୍ଳକ୍ ମହିମା ପଞ୍ଚାୟତ ଅନ୍ତର୍ଗତ ଭୁର୍ସାଗୁଡା ମହାଭାରତ ପଡିଆ ଠାରେ ବିଜେପିର ଦଳୀୟ ମିଶ୍ରଣ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଧର୍ମଗଡରୁ ପ୍ରାର୍ଥୀ  ହୋଇଥିବା ଅନନ୍ତ ପ୍ରତାପ ଦେଓ, ବିଜେପି ରାଜ୍ୟ ସଭାପତି ତଥା କଲାହାଣ୍ଡି ଲୋକସଭା ପ୍ରାର୍ଥି ବସନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ମୋଦୀ ସରକାରଙ୍କ ଉପଳବ୍ଧିକୁ ନିଜ ସଫଲତା ଦ୍ବାହି ଦେଇ ଦଳୀୟ ପ୍ରାର୍ଥିଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିବା ବେଲେ ଏହି ମିଶ୍ରଣ ପର୍ବରେ ବିଜେଡି ଓ କଂଗ୍ରେସର ଅନେକ ନେତା ଓ କର୍ମୀ ସାମିଲ ହୋଇଥିଲେ 

ବିଜେପିରେ ସାମିଲ ହୋଇଥିବା ନେତା ମାନଙ୍କ ମଧ୍ୟରେ ଥିଲେ ପୂର୍ବତନ କୋକସରା ବ୍ଲକ ଅଧ୍ୟକ୍ଷ ଜନାର୍ଦନ ପଣ୍ଡା । ୨୦୦୯ ନିର୍ବାଚନରେ ଧର୍ମଗଡ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ଲଢି ସେ ପରାଜିତ ହୋଇଥିଲେ । ପରେ ବିଜେଡି ଦଳରେ ମିଶିଥିଲେ ଶ୍ରୀଯୁକ୍ତ ପଣ୍ଡା । ତେବେ ଚଲିତ ନିର୍ବାଚନରେ ବିଜେଡି ଦଲରୁ ଟିକେଟ ନମିଲିବାରୁ ଅସନ୍ତୋଷ ବ୍ୟକ୍ତକରି ପୁଣିଥରେ ବିଜେପି ଶିବିରରେ ପାଦ ଥାପିଛନ୍ତି  ଜନାର୍ଦନ ପଣ୍ଡା । ଅନ୍ୟ ମାନଙ୍କ ମଧ୍ୟରେ ବିରଞ୍ଚି ପଣ୍ଡା, ମନୋଜ ଅଗ୍ରୱ୍ବାଲ, ଧନଞ୍ଜୟ ବେହେରା, ନେତ୍ରମଣି ସାହୁ, ଥବିର ସାହୁ, କୁମୁଦକାନ୍ତ ମୁଣ୍ଡ, ତ୍ରିନାଥ ସରାବୁ, ଯଶୋବନ୍ତ ପୁଝାରୀ, ଯଶୋଦା ମାଝୀ, ପ୍ରଶନ୍ନ ପାତ୍ର, ଭାଗିରଥି ଦିଶାରୀ, ଗୋବିନ୍ଦ ସତନାମି, ସୋଭାବନ ଶବର ପ୍ରମୁଖଙ୍କ ସହ ଉଭୟ ବିଜେଡି ଓ କଂଗ୍ରେସରୁ ଶତାଧିକ କର୍ମୀ ଯୋଗଦେଇଥିଲେ।

Leave A Reply

Your email address will not be published.