ବଡ଼ବିଲ ଆଇନଜୀବୀ ସଂଘ ନିର୍ବାଚନ : ବଳରାମ ମହାନ୍ତି ସଭାପତି, ରଣଜିତ ବାରିକ ସମ୍ପାଦକ ନିର୍ବାଚିତ

0

ବଡ଼ବିଲ (ଚିତ୍ତରଞ୍ଜନ କର):  ବଡ଼ବିଲ ଆଇନଜୀବୀ ସଂଘର ନିର୍ବାଚନ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନରେ ସଭାପତି ଭାବେ ବଳରାମ ମହାନ୍ତି, ଉପସଭାପତି ଭାବେ ଅବଦୁଲ ଲାତିଫ, କୋଷଧକ୍ଷ ଭାବେ ପ୍ରଦୀପ ମହାନ୍ତି ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ପଦ ପାଇଁ ନିର୍ବାଚନ ହୋଇଥିଲା। ଭୋଟ ଗଣତି ପରେ ରଣଜିତ ବାରିକ ସମ୍ପାଦକ ଓ ପ୍ରତାପ କୁମାର ଜେନା ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି। ସେହିପରି କାର୍ଯ୍ୟ ନିର୍ବାହୀ ପରିଷଦ ସଦସ୍ୟ ଭାବେ ତରୁଣ କୁମାର ସେନ, ହରିଶ୍ଚନ୍ଦ୍ର ବାରି, ଲକ୍ଷ୍ମୀ ଖୁଣ୍ଟିଆ, ମିହିର କୁମାର ନାମତୋଆର, ଲବଙ୍ଗଲତା ଲୋହାର ନିର୍ବାଚିତ ହୋଇଥିବା ଜଣାପଡିଛି।

 

Leave A Reply

Your email address will not be published.