ଅଖାଡାଭାଟା ଗ୍ରାମ ରେ ପିଇବା ପାଣିକୁ ନେଇ ସମସ୍ୟା 

0

       ସିନାପାଲି ରୁ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ନୂଆମାଲପଡା ଗ୍ରାମପଞ୍ଚାୟତ ଅଖାଡାଭାଟା ଗ୍ରାମ ରେ ପାଣି କୁ ନେଇ ଘୋର ସମସ୍ୟା ରେ ଗତି କରୁଛନ୍ତି ଏହି ଗ୍ରାମ ରା ଗ୍ରାମବାସି !ଏହି ଗ୍ରାମ ରେ ଦୁଇଟି ନଳକୂଅ ରହିଥିବା ବେଳେ ଗୋଟିଏ ନଳକୂଅ ଅଚଳ ହୋଇପଡିଛି !ଓ ଆଉ ଗୋଟେ କୂଅରେ ରେ ରସି ଲଗାଇ ଗ୍ରାମବାସୀ ପାଣି କୁ ନୀତିଦିନ ବ୍ୟବହାର କରୁଛନ୍ତି !ସେଇ ନଳକୂଅ ଦୁଇ ଦୁଇ ଘଣ୍ଟା ଅଟକି ରହି ବହୁତ ଝାମେଲା ଝାଟି ହେଇ ପିଇଵା ପାଇଁ ପାଣି ଆଣୁଛନ୍ତି !ଏହି ଗ୍ରାମ ରୁ 1 କିମି ଦୂର ରେ ଥିବା ସରକାରି ପ୍ରାଥମିକ ବିଦ୍ୟାଳୟ ର ନଲକୂଅ ପାଣି ଆଣିବା ପାଇଁ ଯାଇଥାନ୍ତି ଏହି ଗ୍ରାମ ର ଗ୍ରାମବାସୀ !ଏହି ଅଖଡାଭାଟା  ଗ୍ରାମବାସୀ ମାନେ ଲିଖିତ ଆକାର ରେ ଜଳ ଯୋଗାଣ ଅଧିକାରୀ ଓ ବିଡ଼ିଓ ଙ୍କୁ ଜଣାଇଥିଲେ ମଧ୍ୟ କୌନଶୀ ଫଳ ମିଳି ନାହିଁ !

 

Leave A Reply

Your email address will not be published.