ସୁବର୍ଣ୍ଣ ରେଖା ବନ୍ୟା ବିପନ୍ନଙ୍କ ପାଇଁ ସହାୟତାର ହାତ ବଢ଼ାଇଲେ ସାମାଜିକ କର୍ମୀ ସୁମନ୍ତ ଜେନା

8

(ବାଲିଆପାଳ ) : ସମାଜ ଓ ପରିବେଶ ପ୍ରତି ନିଜର କର୍ତ୍ତବ୍ୟ ଓ ଉତ୍ତରଦାୟିତ୍ୱକୁ ନିଷ୍ଠାର ସହ ପାଳନ କରି ସୁବର୍ଣ୍ଣ ରେଖା ବନ୍ୟା ପ୍ରପୀଡିତଙ୍କ ପାଇଁ ବିପଦ ସମୟରେ ହାତ ବଢାଇଛନ୍ତି ପ୍ରକୃତି ବନ୍ଧୁ ତଥା ପରିବେଶବିତ୍ ସୁମନ୍ତ କୁମାର ଜେନା |ଚଳିତ ବର୍ଷ ସୁବର୍ଣ୍ଣ ରେଖାରେ ଆସିଥିବା ଭୟଙ୍କର ବନ୍ୟାରେ ବାଲିଆପାଳ ବ୍ଲକର ପ୍ରାୟ ୧୯ ପଞ୍ଚାୟତ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି |
ଅନେକ ଲୋକଙ୍କ ଘରେ ପାଣି ପଶି ଯାଇଥିବାରୁ ଚୁଲି ଜଳୁ ନାହିଁ, ଏଭଳି କଠିନ ସମୟରେ ସାମାଜିକ କର୍ମୀ ତଥା ପ୍ରକୃତି ବନ୍ଧୁ ସୁମନ୍ତ କୁମାର ଜେନା ମାନବିକତାର ପରିଚୟ ଦେଇ ବନ୍ୟା ବିପର୍ଯ୍ୟସ୍ତଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢ଼ାଇଛନ୍ତି। ସେ ବାଲିଆପାଳ ବ୍ଲକର ବନ୍ୟା ପ୍ରଭାବିତ ଅସ୍ତି ପଞ୍ଚାୟତର କଣ୍ଟାବଣୀ , ସୂର୍ୟାପୁର, ବିଷ୍ଣୁପୁର ପଞ୍ଚାୟତର ରାମ ନଗର, ରସଲପୁର୍ ଏବଂ ବାଲିଆପଳ ପଞ୍ଚାୟତର ତଳ ବାଲିଆପାଳ ଓ ସୁଙ୍ଗ ମୁହଁ ଗ୍ରାମର ବନ୍ୟା ପ୍ରପୀଡିତଙ୍କ ପାଖରେ ପହଞ୍ଚି ଶୁଖିଲା ଖାଦ୍ୟ, ପାନୀୟ ଜଳ ଓ ପଲିଥିନ ଇତ୍ୟାଦି ବିତରଣ କରିଥିଲେ | ଏହି ମହତ୍ କାର୍ଯ୍ୟରେ ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ ପାତ୍ର, ସୁବଳ ଦାସ, ଅଜୟ ସାହୁ, ଲକ୍ଷ୍ମୀଧର ପ୍ରଧାନ, ପ୍ରତିମା ଜେନା ସଞ୍ଜୟ ଗିରି, ବଂଶୀଧର ଜେନା ପ୍ରମୁଖ ସହଯୋଗ କରିଥିଲେ | ବନ୍ୟା ବିପର୍ଯ୍ୟସ୍ତଙ୍କ ପାଇଁ ଶ୍ରୀ ଜେନାଙ୍କ ଏହି ପ୍ରଶଂସନୀୟ କାର୍ଯ୍ୟକୁ ସ୍ଥାନୀୟ ଲୋକମାନେ ଉଚ୍ଚ ପ୍ରଶଂସା କରିଛନ୍ତି |

Leave A Reply

Your email address will not be published.