ଚାଷୀଙ୍କ ଧାନ ପଞ୍ଜିକରଣ, ନକଲି ସାର ପ୍ରସଙ୍ଗ ଏବଂ ବନ୍ୟା କ୍ଷତି ପୂରଣ ଦାବିରେ ବର୍ଷିଲେ ପୂର୍ବତନ ବିଧାୟକ ସୁକାନ୍ତ।

6

ନୀଳଗିରି ତା ୨୧/୦୮: ଆଜି ପୂର୍ବତନ ବିଧାୟକ ଇଂ ସୁକାନ୍ତ କୁମାର ନାୟକ ବିଜେଡି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମ୍ମିଳନୀରେ ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତି ଓ ଚାଷୀଙ୍କ ଅନ୍ୟାନ୍ୟ ସମସ୍ୟା ବାବଦରେ ରାଜ୍ୟ ସରକାରଙ୍କୁ ନିଶାନା କରିଥିଲେ।
ପ୍ରଥମତଃ ଚାଷୀ ମାନଙ୍କର ପଞ୍ଜୀକରଣ କରିବା ନେଇ ସମସ୍ୟା ମଧ୍ୟରେ ପୂର୍ବ ପୁରୁଷ ମାନଙ୍କ ନାମରେ ଥିବା ଜମି, ଭାଗ ହୋଇନଥିବା ଜମିର ଧାନ କୁ ପଞ୍ଜୀକରଣ କରାଯାଉନାହିଁ, ପୂର୍ବରୁ ଏହି ପଞ୍ଜୀକରଣ ବ୍ୟବସ୍ଥା ସରଳି କରଣ ଥିଲା, କୃଷକ ନିଜର ସତ୍ୟପାଠ ଦ୍ଵାରା ପଞ୍ଜୀକରଣ ହୋଇପାରୁଥିଲା, ଭାଗଚାଷୀ ମାନେ ଏହି ସତ୍ୟପାଠ ମାଧ୍ୟମରେ ମଧ୍ୟ ପଞ୍ଜୀକୃତ ହୋଇପାରୁଥିଲେ, ସେହିପରି ଠାକୁର ସମ୍ପତି ଚାଷ କରୁଥିବା ଚାଷୀ ପଞ୍ଜୀକରଣ କରିପାରୁନଥିବା ରୁ ବର୍ତ୍ତମାନ ସୁଦ୍ଧା ନୀଳଗିରି ଉପଖଣ୍ଡରେ ମାତ୍ର ୩୦ ଭାଗ ଚାଷୀ ପଞ୍ଜୀକରଣ କରିଥିବାବେଳେ ଆହୁରି ୭୦ ଭାଗ ଚାଷୀ ପଞ୍ଜୀକରଣ କରିପାରିନାହାନ୍ତି, ଆଉ ମାତ୍ର ହାତରେ ୧୦ ଦିନ ସମୟ ବାକି ଥିବାବେଳେ ଏହାକୁ ଆହୁରି ୧ ମାସ ବର୍ଦ୍ଧିତ କରିବା ନିମନ୍ତେ ଦାବି କରିଛନ୍ତି।
ନକଲି ସାର ନୀଳଗିରି ଚାଷୀଙ୍କୁ ଗିଳିଥିବl ସମୟରେ ଏହା ଲାବ୍ ଟେଷ୍ଟ ଦ୍ୱାରା ପ୍ରମାଣିତ ହୋଇଛି। ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ଦୋଷୀ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିମନ୍ତେ ପତ୍ର ଲେଖିଛନ୍ତି, ଏହାପରେ ମଧ୍ୟ କେଉଁ ଅଦୃଶ୍ୟ ଶକ୍ତି ଙ୍କ ବାହୁଛାୟା ତଳେ ରହିଥିବାରୁ ଦୋଷୀ ଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ଶ୍ରୀ ନାୟକ ଦୃଢ଼ ନିନ୍ଦା କରିଛନ୍ତି।
ନୀଳଗିରି ଉପଖଣ୍ଡ ଅନ୍ତର୍ଗତ ଔପଦା ବ୍ଲକ୍ ଏବଂ ବାହାନଗା ବ୍ଲକ ର ୧୦ ଗୋଟି ପଞ୍ଚାୟତର ଚାଷଜମି ୭୨ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ଜଳମଗ୍ନ ହୋଇ ରହିଥିବାରୁ ସମ୍ପୂର୍ଣ୍ଣ ଚାଷ ନଷ୍ଟ ହୋଇଯାଇଛି, ପୁଣି ଚାଷୀ ମାନେ ତଳି ପକାଇ ଚାଷ କାର୍ଯ୍ୟ ଆରମ୍ଭ କରିବା ସମ୍ଭବପର ହେଉନଥିବାରୁ ରାଜ୍ୟ ସରକାର ତୁରନ୍ତ କ୍ଷୟକ୍ଷତି ର ଆକଳନ କରି ଚାଷୀଙ୍କୁ କ୍ଷତି ପୂରଣ ଦେବା ପାଇଁ ଶ୍ରୀ ନାୟକ ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି।

Leave A Reply

Your email address will not be published.