ସରପଂଚ ସଂଘ ତରଫରୁ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ସମ୍ବର୍ଦ୍ଧନା

0

ସୋହେଲା(ଶାସକପ୍ରଶାସକ)-ଆଜି ସ୍ଥାନୀୟ ଅଗ୍ରସେନଭବନଠାରେ ସୋହେଲା ବ୍ଲକ ସରପଂଚ ସଂଘ ତରଫରୁ ଶ୍ରମ ଓ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯଇଛି । ଏହି ଅବସରରେ ଆୟୋଜିତ ସଭାରେ ସଭାପତିତ୍ୱ କରିଥିଲେ ସଂଘର ସଭାପତି କୃପାସନ୍ଧୁ ପାତ୍ର । ସ୍ୱାଗତ ଭାଷଣ ଦେଇଥିଲେ ଦିଲିପ ପଧାନ । ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଆସ୍ଥା ପ୍ରକଟ କରି ପୁଣି ଥରେ ଭଟଲି ବିଧାନସଭା ମଣ୍ଡଳୀରୁ ପ୍ରାର୍ଥୀଭାବରେ ଚୟନ କରିଥିବାରୁ ସରପଂଚ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ମନ୍ତ୍ରୀ ଶ୍ରୀ ସିଂହଙ୍କୁ ସମ୍ବର୍ଦ୍ଧିତ କରାଯାଇ ତାଙ୍କର ଉତ୍ତମ  ସ୍ୱାସ୍ଥ୍ୟ କାମନା କରାଯାଇଥିଲା । ଆଗାମୀ ଦିନରେ ଯେପରି  ମନ୍ତ୍ରୀ  ଶ୍ରୀ ସିଂ ଅଧିକ ଭୋଟରେ ବିଜୟୀ ହୋଇ ଲୋକଙ୍କ ସେବା କରି ପାରିବେ ସେଥିପ୍ରତି ସମସ୍ତେ ଯତ୍ନବାନ  ହେବାକୁ ଦିଲିପ ପଧାନ ସମସ୍ତଙ୍କୁ ଅନୁରୋଧ କରିଥିଲେ । ମନ୍ତ୍ରୀ ଶ୍ରୀ ସିଂହ ତାଙ୍କ ବକ୍ତବ୍ୟରେ ସୋହେଲା ବ୍ଲକରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋକପାତ କରି ଆଗାମୀ ନିର୍ବାଚନରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସଭାପତି ଜୀବର୍ଦ୍ଧନ ବରିହା ମଧ୍ୟ ମନ୍ତ୍ରୀ ଶ୍ରୀ ସିଂହଙ୍କୁ ଆଗାମୀ ନିର୍ବାଚନରେ ଅଧିକ ଭୋଟରେ ବିଜୟୀ କରିବା ପାଇଁ ସରପଂଚମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ସଭାପତି କୃପାସିନ୍ଧୁ ପାତ୍ର ମନ୍ତ୍ରୀଙ୍କ ଉତ୍ତମ  ସ୍ୱାସ୍ଥ୍ୟ କାମନା କରିଥିଲେ । ଶେଷରେ କୁଚିପାଲି ସରପଂଚ ସବ୍ୟସାଚୀ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୋହେଲା ବ୍ଲକର ସରପଂଚମାନେ ଯୋଗଦେଇଥିଲେ । 

Leave A Reply

Your email address will not be published.