୫୦ ହଜାର ଟଙ୍କା ଲାଞ୍ଚ ମାମଲାରେ ପୂର୍ବତନ ଜେଇ ଦୋଷୀ

15


୩ବର୍ଷ ସଶ୍ରମ କାରାଦଣ୍ଡ, ପେନସନ ବନ୍ଦ ପାଇଁ ଭିଜିଲାନ୍ସର ଆବେଦନ


ନୟାଗଡ଼,ଓଡ଼ଗାଁ, ୧୮।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ପୂର୍ବତନ କନିଷ୍ଠ ଯନ୍ତ୍ରୀ (ଜେଇ) ଚିତ୍ତରଞ୍ଜନା ପରିଡ଼ାଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ମାମଲାରେ ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଦାଲତ ତାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି।
ସୂଚନାନୁସାରେ, ଓଡ଼ଗାଁ ବ୍ଲକରେ ସିସି ରାସ୍ତା ନିର୍ମାଣ ସମ୍ପର୍କିତ କାର୍ଯ୍ୟ ପାଇଁ ଜଣେ ଠିକାଦାରଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ଦାବି ଓ ଗ୍ରହଣ ଅଭିଯୋଗରେ ପରିଡ଼ାଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ କରିଥିଲା। ଏହି ମାମଲାରେ ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ସମ୍ପୃକ୍ତ ଧାରାରେ ଚାର୍ଜସିଟ୍ ଦାଖଲ ହୋଇଥିଲା।ମାମଲାର ବିଚାର ଶେଷରେ ଭୁବନେଶ୍ୱରର ମାନ୍ୟବର ଅତିରିକ୍ତ ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ ଚିତ୍ତରଞ୍ଜନ ପରିଡ଼ାଙ୍କୁ ଦୋଷୀ ସାବ୍ୟସ୍ତ କରି ଉକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ପରିଡ଼ାଙ୍କ ପେନସନ ବନ୍ଦ କରିବା ଲାଗି ସକ୍ଷମ ପ୍ରାଧିକରଣଙ୍କ ନିକଟରେ ଆବେଦନ କରିବାକୁ ଭିଜିଲାନ୍ସ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.