ଓଡ଼ଗାଁ, ୧୮।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସମ୍ମିଳନୀ କକ୍ଷରେ ବିଡିଓ ପ୍ରୀତିବାଳା ରଣାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏସ୍ଆଇଆର୍ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ନୟାଗଡ଼ ନିର୍ବାଚନମଣ୍ଡଳୀର ୧୧୨ଟି ବୁଥ୍ର ବୁଥ୍ସ୍ତରୀୟ ଅଧିକାରୀ (ବିଏଲ୍ଓ), ବୁଥ୍ସ୍ତରୀୟ ଏଜେଣ୍ଟ (ବିଏଲ୍ଏ) ଓ ସୁପରଭାଇଜରଙ୍କୁ ନେଇ ଦୁଇଟି ପର୍ଯ୍ୟାୟରେ ଏହି ବୈଠକ ହୋଇଥିଲା। ବୈଠକରେ ଅତିରିକ୍ତ ମଣ୍ଡଳ ଅଧିକାରୀ କବିତା ପ୍ରଧାନ, ଅତିରିକ୍ତ ତହସିଲଦାର ଜି. ଶ୍ରୀନୁ ଓ ଓଡ଼ଗାଁ ଏନ୍ଏସି ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ପ୍ରମୁଖ ଯୋଗଦେଇ ଏସ୍ଆଇଆର୍ ପ୍ରକ୍ରିୟାରେ ଉପୁଜୁଥିବା ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ବିଏଲ୍ଓ ଓ ବିଏଲ୍ଏମାନଙ୍କୁ ବୁଝାଇଥିଲେ।
ପ୍ରକୃତ ଯୋଗ୍ୟ ବ୍ୟକ୍ତିଙ୍କ ନାମ ଯେପରି ଭୋଟର ତାଲିକାରୁ ବାଦ୍ ନପଡ଼େ, ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିଲା। ନୂତନ ଭୋଟରଙ୍କ ନାମ ଯୋଡ଼ିବା ପାଇଁ ଫର୍ମ-୬, ମୃତ ଭୋଟରଙ୍କ ନାମ ବାଦ୍ ଦେବା ପାଇଁ ଫର୍ମ-୭ ଏବଂ ଭୋଟର ତାଲିକାରେ ସଂଶୋଧନ ପାଇଁ ଆବଶ୍ୟକ ପ୍ରମାଣପତ୍ର ସହ ଫର୍ମ-୮ରେ ଆବେଦନ କରିବା ସମ୍ପର୍କରେ ସୂଚନା ଦିଆଯାଇଥିଲା। ବିଏଲ୍ଓ ଓ ବିଏଲ୍ଏଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କଲେ ସଠିକ୍ ଓ ନିରପେକ୍ଷ ଭୋଟର ତାଲିକା ପ୍ରସ୍ତୁତ ହୋଇପାରିବ ବୋଲି ଅତିଥିମାନେ କହିଥିଲେ। ସୁପରଭାଇଜର ଶୁଶେନ୍ଦୁ ଷଡ଼ଙ୍ଗୀ, ରଞ୍ଜନ କୁମାର ଦାଶ, ନରେଶ ପାଣିଗ୍ରାହୀ, ଚିତ୍ତରଞ୍ଜନ ମିଶ୍ର ଓ ଦେବାଶିଷ ଦାଶ ବିଭିନ୍ନ ଫର୍ମ ପୂରଣ ସମ୍ପର୍କରେ ବୁଝାଇଥିଲେ। ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ବିଶ୍ୱଜିତ୍ ଜେନା ବୈଠକର ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.