ଅଲ ଓଡିଶା ହସପିଟାଲ କର୍ମଚାରୀ ସଂଘ କାର୍ଯ୍ୟ ବନ୍ଦ ସହ ଧାରଣା ରେ ସଫେଇ କାର୍ଯ୍ୟ ଠପ

15


ନବରଙ୍ଗପୁର: 18/08/2026,
ଭାରତୀୟ ମଜଦୁର ସଂଘ ସଂଲଗ୍ନ ଅଲ ଓଡିଶା ହସ୍ପିଟାଲ କର୍ମଚାରି ସଂଘ ନବରଙ୍ଗପୁର ଜିଲ୍ଲା ତରଫରୁ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟରତ ସୁଇପର କର୍ମଚାରୀ ମାନଙ୍କ କାର୍ଯ୍ୟ ବନ୍ଦ ସହିତ ଧାରଣାଦେଇଛନ୍ତି ପ୍ରତ୍ୟେକ ମାସର ୧ ତାରିଖରୁ ୧୫ ତାରିଖ ମଧ୍ୟରେ ସୁଇପର କର୍ମଚାରୀ ମାନଙ୍କଦରମା ଦେବାର ବ୍ୟବସ୍ଥା କରାଯାଉ।ଡାକ୍ତରଖାନାରେ ବାୟୋମେଟ୍ରିକ ମେସିନ କାମକରୁନଥିବା ଯୋଗୁଁ ବାୟୋମେଟ୍ରିକ ମେସିନ ଠିକ କଲା ପର୍ଯ୍ୟନ୍ତ ରେଜିଷ୍ଟରଉପସ୍ଥାନର
ଦସ୍ତଖତ ଅନୁଯାୟୀ କର୍ମଚାରୀଙ୍କ ଦରମା ଠିକ ସମୟ ମଧ୍ୟରେ ଦିଆଯାଉ।ଏଲ.ଏଣ୍ଡ.କେ-ଏଜନ୍ସି ଥିବା ସମୟରେ ହସପିଟାଲର ସମସ୍ତ କର୍ମଚାରୀଙ୍କ ଇପିଏଫ ଟଙ୍କା ୮ ମାସର ଜମା କରାଯାଇ ନାହିଁ ତାହା ତୁରନ୍ତ ଜମା କରିବାକୁ ଆଦେଶଆସୁନାହିଁ ତାହା ଟଙ୍କା ଜମାକରିକରାଯାଉ। ଅଭିରାମ ଏଜନ୍ସି ଆସିବା ଦିନ ଠାରୁ ୬ ମାସ ହେବ ଇପିଏଫ ଟଙ୍କାର ଶିପ ତୁରନ୍ତ ଇପିଏଫ ଶିପ ଦେବାର ବ୍ୟବସ୍ଥା କରାଯାଉ। ହସପିଟାଲରେ କାର୍ଯ୍ୟରତ ସମସ୍ତ ସୁଇପର ମାନଙ୍କ କାମ କଣ? ଗାଇଡଲାଇନ ଯୋଗାଇ ଦିଆଯାଉ ହସପିଟାଲର କର୍ମଚାରୀ ମାନଙ୍କ ପ୍ରତ୍ୟେକ ମାସର ପେ-ସ୍ଲିପ ଯୋଗାଇ ଦିଆଯାଉ। ସରକାରଙ୍କ ଦୈନିକ ମଜୁରୀ ଟଙ୍କା ଅନେକ ଦିନ ହେଲା ବୃଦ୍ଧି ପାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ଟଙ୍କା ଦିଆଯାଇନାହିଁ ତାହା ତୁରନ୍ତଦେବାର ବ୍ୟବସ୍ଥା କରାଯାଉ। ବର୍ତ୍ତମାନ ଡାକ୍ତର ଖାନାରେ ସୁଇପର ମାନଙ୍କୁ ହସପିଟାଲତରଫରୁ ଦରମା ଦେବାର ବ୍ୟବସ୍ଥା କରାଯାଉ ଯେତେବେଳେ ପର୍ଯ୍ୟନ୍ତ ସମସ୍ୟା ଗୁଡିକର ସମାଧାନ ନ ହେଇଛି l
ସେତେବେଳେ ପର୍ଯ୍ୟନ୍ତ ସଂଘ ତରଫରୁ ଅର୍ନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଳୁ ରହିବ ବୋଲି ଚେତାବନୀ ଦେଇଛି ସଂଘ l ଏଥିରେ ଭାରତୀୟ ମଜଦୁର ସଂଘ ଉପଦେଷ୍ଟା ପରମେଶ୍ୱର ବିଷୋୟୀ ପରିଚାଳନା କରିଥିଲେ l

Leave A Reply

Your email address will not be published.