ରମ୍ଭା-:15.08.2026-: -(ଶିବରାମ ଚୌଧୁରୀ )-ରିଖ ଶନିବାର ଦିନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ,ରମ୍ଭା ଠାରେ ଦେଶର ୮୦ତମ ସ୍ଵାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଛି। ଅନୁଷ୍ଠାନର ସମ୍ପାଦକ ମାନନୀୟ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମିଶ୍ର ଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଥିଲା । ଏଥୁଅନ୍ତେ ଏକ ସାଧାରଣ ସଭା ର ଆୟୋଜନ କରାଯାଇଥିଲା। ଅନୁଷ୍ଠାନର ସଭାପତି ଶ୍ରୀ ଏମ୍. ନରସିଂହ ସୁବୁଦ୍ଧି ଅଧ୍ୟକ୍ଷତା କରି ନିଜର ଅଧ୍ୟକ୍ଷୀୟ ଅଭିଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ପ୍ରଧାନାଚାର୍ଯ୍ୟ ଶ୍ରୀ ଆଦିତ୍ୟ ପ୍ରସାଦ ମହାପାତ୍ର ଅତିଥି ପରିଚୟ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ଶିଶୁମାନେ ଅତି ଉତ୍ସୁକତାର ସହ ତ୍ରିରଙ୍ଗା ପତାକା ଉତ୍ତୋଳନ ଉପଭୋଗ କରିବା ସହ ଦେଶର ସୁରକ୍ଷା ପାଇଁ ପ୍ରେରଣା ଲାଭ କରିଥିଲେ। ଶେଷରେ ବୌଦ୍ଧିକ ପ୍ରତିରୋଗିତାରେ କୃତିତ୍ତ୍ଵ ଅର୍ଜନ କରିଥିବା ଶିଶୁ ତଥା ଘୋଷ ରେ ଅଂଶଗ୍ରହଣ କରି ଥିବା ଶିଶୁମାନଙ୍କୁ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମ ଓ ବଣିକ ସଂଘ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । ଶେଷରେ ମିଷ୍ଟାନ୍ନ ସେବନ କରି ଶିଶୁ ମାନେ ପ୍ରସ୍ଥାନ କରିଥିଲେ ।