ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଓ ପୌର ପରିଷଦ ରେ ବିଭିନ୍ନ ସ୍ଥାନ ରେ ଅଶି ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପତାକା ଉତ୍ତୋଳନ ହୋଇ ଯାଇଛି।ବାସୁଦେବପୁର ର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବେସରକାରୀ ଅନୁଷ୍ଠାନ, ରାଜନୈତିକ ଦଳ, ବ୍ୟବସାୟିକ ଅନୁଷ୍ଠାନ ପକ୍ଷ ରୁ ପତାକା ଉତ୍ତୋଳନ ହୋଇ ଯାଇଛି। ଏହି ଅବସର ରେ ପୌର ପାଳିକା ପକ୍ଷ ରୁ ସ୍ଥାନିୟ ଅଟଳ ବିହାରୀ ବିଦ୍ୟାଳୟ ପଡ଼ିଆ ରେ ପତାକା ଉତ୍ତୋଳନ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟକ ଅଶୋକ କୁମାର ଦାସ, ପୌର ଅଧ୍ୟକ୍ଷା ନିବେଦିତା ବେହେରା ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିଲେ। ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଧାଂଶୁ ମୋହନ ସ୍ୱାଇଁ, ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଉପସ୍ଥିତ ରହି ଥିଲେ। ପଡ଼ିଆ କାଦୁଅ ଥିବାରୁ ପ୍ରସ୍ତୁତ ଥିବା ଗାଡ଼ିରେ ନ ଜାଇ ଚାଲି ଚାଲି ପଡ଼ିଆ କୁ ଯାଇଥିଲେ ବିଧାୟକ ଆଶୋକ ଦାସ ଓ ପୌର ଅଧ୍ୟକ୍ଷା ନିବେଦିତା ବେହେରା। ଝିପି ଝିପି ବର୍ଷା ସତ୍ତ୍ୱେ ପଡ଼ିଆ ରେ ପ୍ୟାରେଟ କରିଥିଲେ ବିଭିନ୍ନ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଲେଜ ର ଛାତ୍ର ଛାତ୍ରୀ ମାନେ। ଶେଷ ରେ ବିଭିନ୍ନ ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରିଥିବା ବିଦ୍ୟାର୍ଥୀ ମାନଙ୍କ ମଧ୍ୟରୁ କୃତି ବିଦ୍ୟାର୍ଥି ଙ୍କୁ ପୁରସ୍କୃତ କରିଥିଲେ ଅତିଥି।