ଟିପିଏସ୍ଓଡିଏଲ୍ ତରଫରୁ ଉତ୍ସାହ ଏବଂ ଦେଶପ୍ରେମର ସହ ସ୍ୱାଧୀନତା ଦିବସ ପାଳିତ

47

• କମ୍ପାନୀର କର୍ପୋରେଟ କାର୍ଯ୍ୟାଳୟ ସମେତ ସର୍କଲ ଏବଂ ଡିଭିଜନରେ ପାଳନ ହୋଇଛି ସ୍ୱାଧୀନତା ଦିବସ

• ଏହି ଅବସରରେ ସୋଲାର ଉପଭୋକ୍ତା, କର୍ମଚାରୀ ଏବଂ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତରଫରୁ ୮୦ ତମ ସ୍ୱାଧିନତା ଦିବସ ପାଳନ ହୋଇଛି। କମ୍ପାନୀର କର୍ପୋରେଟ କାର୍ଯ୍ୟାଳୟ ସମେତ ସମସ୍ତ ସର୍କଲ ଏବଂ ଡିଭିଜନ ଅଫିସରେ ଦେଶପ୍ରେମ ଏବଂ ଗର୍ବର ସହକାରେ ଏହା ପାଳିତ ହୋଇଛି।

କର୍ପୋରେଟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍ ଯୋଗ ଦେବା ସହିତ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏଥିରେ କମ୍ପାନୀର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ।‌ ଏହି ଅବସରରେ ଜାତୀୟ ଗୀତ ବନ୍ଦେ ମାତରଂ ଏବଂ ଜାତୀୟ ସଙ୍ଗୀତ ଗାନ କରାଯାଇଛି।

ଆୟୋଜିତ କାର୍ଯ୍ୟକ୍ରମରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଯାହା ଏହି ଦିବସକୁ ଆହୁରି ସ୍ୱତନ୍ତ୍ର କରିଥିଲା।

ସେହିଭଳି ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ରୁଫ୍ ଟପ୍ ସୋଲାର ଆପଣାଇଥିବା ଉପଭୋକ୍ତାଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଛି । ଏଥିସହିତ ସୌର ଶକ୍ତିକୁ ପ୍ରୋତ୍ସାହିତ କରିବାରେ ମୁଖ୍ୟ ଭୂମିକା ନେଇଥିବା କର୍ମଚାରୀଙ୍କ ପ୍ରୟାସକୁ ମଧ୍ୟ ଏହି ଅବସରରେ ସ୍ୱୀକୃତି ପ୍ରଦାନ କରାଯାଇଛି ଓ ସମ୍ମାନିତ କରାଯାଇଛି।

ଟିପିଏସ୍ଓଡିଏଲ୍ ତରଫରୁ ଯେଉଁ କର୍ମଚାରୀମାନଙ୍କ ପିଲାମାନେ ବୋର୍ଡ ପରୀକ୍ଷାରେ ୯୦ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ସେମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି। ଏଥିସହିତ ସେମାନଙ୍କ ଆଗାମୀ ଶୈକ୍ଷିକ ଜୀବନରେ ସଫଳତା ହାସଲ କରିବା ପାଇଁ ଉତ୍ସାହିତ କରାଯାଇଛି।

ଏହି ଅବସରରେ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍ କହିଛନ୍ତି, “ଯେତେବେଳେ ଆମେ ବିକଶିତ ଭାରତର ଲକ୍ଷ୍ୟ ଦିଗରେ ଆଗକୁ ବଢ଼ୁଛୁ, ସେତେବେଳେ ଆମକୁ ନୂତନ ପ୍ରଯୁକ୍ତି ଆପଣାଇବା ସହ ନବସୃଜନ ଉପରେ ଗୁରୁତ୍ୱ ଦେବାକୁ ହେବ। ବିକାଶର ଦାୟିତ୍ୱ କେବଳ ସରକାରଙ୍କର ନୁହେଁ; ପ୍ରତ୍ୟେକ ବ୍ୟକ୍ତିଙ୍କର ମଧ୍ୟ ଏଥିରେ ଏକ ଭୂମିକା ରହିଛି । ବିଦ୍ୟୁତ କେବଳ ଏକ ସୁବିଧା ନୁହେଁ; ଏହା ଏକ ଏପରି ସହାୟକ ଶକ୍ତି, ଯାହା ପରିବାର ଓ ସମାଜର ବିକାଶକୁ ସମର୍ଥନ କରେ । ଟିପିଏସ୍ଓଡିଏଲ୍ ପ୍ରତ୍ୟେକ ପରିବାର ପାଖରେ ଏହି ସେବା ପହଞ୍ଚାଇବା ସହ ଆମ ସମାଜ ଓ ରାଜ୍ୟର ବିକାଶରେ ଯୋଗଦାନ ଦେବା ପାଇଁ ପ୍ରତିବଦ୍ଧ। ଏଥିସହିତ, ଆମେ ଯାହା କିଛି କରୁଛୁ, ସେଥିରେ ସୁରକ୍ଷା, ସ୍ୱଚ୍ଛତା ଓ ସଚ୍ଚୋଟତାକୁ ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ” ।

ଟିପିଏସ୍ଓଡିଏଲର ବିଭିନ୍ନ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ କମ୍ପାନୀର ଦେଶ, ଉପଭୋକ୍ତା ଏବଂ ଏହାର କର୍ମଚାରୀ ଓ ସେବା ଯୋଗାଉଥିବା ସମୁଦାୟ ପ୍ରତି ଥିବା ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଏ।

Leave A Reply

Your email address will not be published.