ଗରଦପୁର ତା୧୫/୦୮ – ଦେଶର ୮୦ ତମ ସ୍ବାଧିନତା ଦିବସ କୋଣ ଅନୁକୋଣରେ ପାଳିତ ହେଉଥିବା ସ୍ଥଳେ ପଲ୍ଲୀ ରୁ ଦିଲ୍ଲୀ ଉତ୍ସବମୁଖରିତ । ଗରଦପୁର ବ୍ଲକ୍ ଅଧିନ ତେଣ୍ଡାକୁଡା ପଞ୍ଚାୟତର ବସନ୍ତପୁର ଗ୍ରାମରେ ଥିବା ଶ୍ରୀ ଶ୍ରୀ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ମଧ୍ୟ ସ୍ଵାଧିନତା ଦିବସ। ପାଳିତ ହୋଇଛି । ପ୍ରାରମ୍ଭରେ ବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ନିମନ୍ତ୍ରିତ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ ସହ ସ୍ଵାଧିନତା ସଂଗ୍ରାମୀଙ୍କ ଅବଦାନ ,ତ୍ୟାଗ ଓ ବଳିଦାନର ବିଷୟରେ ଆଲୋଚନା କରାଯାଇଥିଲା ।

ଆଜିର ପବିତ୍ର ଦିବସରେ ଟ୍ରଷ୍ଟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେହିପରି ଜିଲ୍ଲାସ୍ତରରେ ଅନୁଷ୍ଠିତ ବକ୍ତୃତାପ୍ରତିଯୋଗିତାରେ ୩ୟ ସ୍ଥାନ ଅଧିକାର କରି ଜିଲ୍ଲାପାଳଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା ପଦ୍ମପୁର ଭାତପଡ଼ା ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀର ଛାତ୍ରୀ ଅନିଶା ମହାରାଜଙ୍କୁ ମଧ୍ୟ ଟ୍ରଷ୍ଟ ତରଫରୁ ଉପଢୌକନ ଦିଆଯାଇ ପୁରସ୍କୃତ କରାଯାଇଛି ।

ଟ୍ରଷ୍ଟ ର ପରିଚାଳନା ଟ୍ରଷ୍ଟି ଡ.ରୁଦ୍ର ମହାନ୍ତି , ସଂପାଦକ ସୁନିଲ ମହାନ୍ତି , ପୂର୍ବତନ ସରପଞ୍ଚ ରବୀନ୍ଦ୍ର ମହାପାତ୍ର , ଯଦୁନାଥ ଦାଶ, ଚଣ୍ଡି ପ୍ରସାଦ ମହାନ୍ତି, ରଂଜିତ ମହାନ୍ତି,ନଳିନି କାନ୍ତ ମହାନ୍ତି, ଧିରେନ ମହାରାଜ ଏବଂ କମଳ ମହାନ୍ତି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସାଫଲ୍ୟମଣ୍ଡିତ କରିଥିଲେ ।