ଟଙ୍କା ଜବତ ପରେ ତତ୍ପର ପୋଲିସ, ଯାଞ୍ଚ କଡାକଡି

0

ଗାଇସିଲେଟ/କେଦାର ନାଥ ସାହୁ: ଆଗକୁ ଆସୁଛି ନିର୍ବାଚନ । ନିର୍ବାଚନକୁ ଆଖିଆଗରେ ରଖି ସୁରକ୍ଷାକୁ କଡାକଡି କରି ଦେଇଛି  ଗାଇସିଲେଟ ପୋଲିସ।  ମେଲଛାମୁଣ୍ଡା ପୋଲିସ ଏକ କାରରୁ ଦୁଇଲକ୍ଷ ଟଙ୍କା ଜବତ କରିବାପରେ ତତ୍ପର ହୋଇ ପଡିଛି ପୋଲିସ ପ୍ରଶାସନ।  ସନ୍ଧ୍ୟାରୁ ଆରମ୍ଭ କରିଛି ରାସ୍ତା ରେ ଚଳଚଳା କରୁଥିବା ଯାନବାହାନ ଉପରେ ଯାଞ୍ଚ। ଗାଇସିଲେଟ ସ୍ଥିତ ସହିଦ ଛକଠାରେ ବଲାଙ୍ଗୀର,ବରଗଡ ଓ ପଦ୍ମପୁର ପଟରୁ ଆସୁଥିବା ଗାଡିଗୁଡିକୁ ଅଟକାଇ ତଦାରଖ କରୁଛନ୍ତି ଗାଇସିଲେଟ ଥାନା ଭାରପ୍ରାପ୍ତ ଅଧିକାରୀ ଠାକୁରଦାସ ମୁର୍ମୁ। ନିର୍ବାଚନରେ ମଦ ଏବଂ ଟଙ୍କା କାରବାର ବନ୍ଦ କରିବା ପାଇଁ ଏକ ଅବିନବ ପ୍ରୟାସ କରୁଛନ୍ତି ଗାଇସିଲେଟ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଠାକୁରଦାସ ମୁର୍ମୁ ।

Leave A Reply

Your email address will not be published.