ଭଦ୍ରାସାହିରୁ ଚୋରି ହୋଇଥିବା ହାଇଭା ଟ୍ରକ  ଝାଡଖଣ୍ଡରୁ ଜବତ: ଡ୍ରାଇଭର ସମେତ ୩ ଗିରଫ 

0

ବଡ଼ବିଲ(ଚିତ୍ତରଞ୍ଜନ କର): ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ଅଞ୍ଚଳରୁ ଚୋରି ହୋଇଥିବା ଏକ ହାଇଭା ଟ୍ରକ ଝାଡ଼ଖଣ୍ଡର ରାଜନଗର ନିକଟରୁ ଜବତ ହୋଇଥିବାର ସୂଚନା ମିଳିଛି। ଘଟଣାରୁ ପ୍ରକାଶ ଯେ ଭଦ୍ରାସାହି ନିବାସୀ ଏମ ଡି ମୁସ୍ତାଫା ଗତ ୨୬ ତାରିଖ ମଧ୍ୟରାତ୍ରରେ ତାଙ୍କର ଓଡ଼ି୦୯ସି ୯୦୬୨ ନଂ ବିଶିଷ୍ଟ ହାଇଭା ଟ୍ରକ ଚୋରି ହୋଇଥିବାର ବଡ଼ବିଲ ଥାନାରେ ଅଭିଯୋଗ କରିଥିଲେ। ପୋଲିସ କେଶ ନଂ ୭୭/୨୭/୦୩/୨୦୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।  ତେବେ ଉକ୍ତ ହାଇଭାଟି ଝାଡ଼ଖଣ୍ଡ ରାଜ୍ୟର ରାଜନଗର ଅଞ୍ଚଳରେ ଥିବା କୌଣସି ସୂତ୍ରରୁ ଖବର ପାଇ ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ ରାଜନଗରକୁ ତୁରନ୍ତ ଏକ ପୋଲିସ ଟିମ ପଠାଇଥିଲେ। ବଡ଼ବିଲ ଥାନା ଏ ଏସ ଆଇ ସିଲୁ ମଲ୍ଲିକଙ୍କ ନେତୃତ୍ୱରେ ପୋଲିସ ଟିମ ଚଢ଼ାଉ କରି ଘଟଣାସ୍ଥଳରୁ ହାଇଭାକୁ ଜବତ କରିବା ସହ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଥିଲା। ଗିରଫ ତିନିଜଣ ହେଲେ ହାଇଭା ଡ୍ରାଇଭର ଗୁରୁଦେବ ଗୁପ୍ତା ଓରଫ ଛୋଟୁ, ଅମୀର ହୁସେନ ଓ ଶେଖ ନୌସାଦ। ଅଭିଯୁକ୍ତ ତିନି ଜଣଙ୍କୁ ଆଜି କୋର୍ଟ  ଫରୱାର୍ଡ଼ କରାଯାଇଥିବା ଜଣାପଡିଛି।

Leave A Reply

Your email address will not be published.