ବର୍ତ୍ତମାନ ମୋର ଜୀବନ ପ୍ରତି ବିପଦ ରହିଛି : ସୁବାସ 

0

“ମୋର ସମର୍ପଣକୁ ଅନ୍ୟଥା ନେଇ କିଛି ଲୋକ ମତେ ଅତ୍ୟାଚାର କରୁଛନ୍ତି”

BHUBANESWAR : ଗତକାଲି କାନ୍ଦି କାନ୍ଦି ବିଜେପି ଛାଡିଥିବା ଟାଣୁଆ ବିଜେପି ନେତା ସୁବାସ ଚୌହାନ ଆହୂ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଏକ ଫେସବୁକ ପୋଷ୍ଟ ମାଧ୍ୟମରେ ସେ ଏହି ଆଶଙ୍କା ପ୍ରକାଶ କରିଛନ୍ତି | ହେଲେ କାହଁଆଡୁ ତାଙ୍କ ଜୀବନ ପ୍ରତି ବିପଦ ଅଛି ସେ ବିଷୟରେ ସେ କିଛି ଉଲ୍ଲେଖ କରିନାହାନ୍ତି |  

ସେ ଏହି ଫେସବୁକ ପୋଷ୍ଟ ରେ ଲେଖିଛନ୍ତି “ମୁଁ ଜଣେ ସ୍ୱୟଂସେବକ ଭାବେ ବିଜେପି ଛାଡି ଅତ୍ୟନ୍ତ ଦୁଃଖିତ।ମତେ ନିର୍ମାଣ କରିବାରେ ଅନେକ ପ୍ରଚାରକ, ତଥା ସଂଘର ସ୍ୱୟଂସେବକ ମାନଙ୍କର ଯୋଗଦାନ ରହିଛି। ମୁଁ ତାଙ୍କ ପାଖରେ ଚିର କୃତଜ୍ଞ। ବରଗଡ଼ ପାର୍ଲିଆମେଣ୍ଟର ଜନତା ପାଖରେ ମୁଁ ଋଣୀ | କାରଣ ବିକାଶର ଅନେକ ସ୍ବପ୍ନ ଗତ ପାଞ୍ଚ ବର୍ଷ ଭିତରେ ମୁଁ ଆପଣମାନଙ୍କୁ ଦେଖାଇଛି,ଆଉ ଆପଣମାନେ ସମସ୍ତେ ମିଶି ତାକୁ ସାକାର କରିବା ପାଇଁ ମତେ ସବୁବେଳେ ଅକୁଣ୍ଠ ଚିତ୍ତରେ ସହଯୋଗ କରିଛନ୍ତି ।ମୁଁ ଯେଉଁଠି ବି ଥାଏ ଆମେ ସମସ୍ତେ ମିଶି ତାକୁ ପୁରା କରିବା ଏଥିରେ ସନ୍ଦେହ ନାହିଁ ।ଆପଣଙ୍କର ସ୍ୱାଭିମାନ ଏବଂ ସମ୍ମାନ ପାଇଁ ମୁଁ ଲଢ଼ିଛି ଓ ସମୟ ଦେଇଛି ଏହା ଆଗକୁ ଜାରି ରହିବ । ଏଥିପାଇଁ ଆପଣଙ୍କ ସହିତ ସବୁବେଳେ ମୁଁ ରହି ଲଢେଇ କରିବି। ମୁଁ ଜୀବନର ୫୨ବର୍ଷ ଭିତରେ ନିଜ ପାଇଁ କିଛି କରି ନାହିଁ । ଯାହା କରିଛି,ଲୋକଙ୍କ ପାଇଁ, ଦେଶ ପାଇଁ, ଧର୍ମ ପାଇଁ । କିନୁ ମୋର ସମର୍ପଣକୁ ଅନ୍ୟଥା ନେଇ କିଛି ଲୋକ ମତେ ଅତ୍ୟାଚାର କରୁଛନ୍ତି। ଆଗକୁ ବି ସେମାନେ କରିବେ। ବର୍ତ୍ତମାନ ମୋର ଜୀବନ ପ୍ରତି ବିପଦ ରହିଛି । ମୁଁ ଯେଉଁଠି ସୁରକ୍ଷିତ ମଣିବି ତଥା ଆପଣମାନଙ୍କର ସେବା କରିପାରିବି ମୁଁ ସେ ଭଳି ସ୍ଥାନକୁ ଯିବାପାଇଁ ଚାହୁଁଛି । ଆପଣମାନେ ମତେ ନିଶ୍ଚୟ ଆଗରୁ ଯେଉଁ ଭଳି ସମର୍ଥନ ଦେଉଥିଲେ ସେଇଭଳି ସମର୍ଥନ ଦେବେ ବୋଲି ମୋର ବିଶ୍ୱାସ ।

 

 

 

 

 

 

 

Leave A Reply

Your email address will not be published.