ନୟାଗଡ (ବିଶ୍ୱଜିତ ନାୟକ )- କନ୍ଧମାଳ ଲୋକସବା ଆସନ ଅନ୍ତଗତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ପାଇ ନାମାଙ୍କନ ପତ୍ର ଦାଖଲର ଶେଷଦିନରେ ମୋଟ ୮ ଜଣ ପ୍ରାର୍ଥୀ ଓ ପ୍ରାର୍ଥୀନୀ ଅପରାହ୍ନ ୩ ଘଂଟିକା ପୂର୍ବରୁ ଅତିରିକ୍ତ ଜିଲ୍ଲାପାଳ ତଥା ରିଟନିଂ ଅଫିସରଙ୍କ କାଯ୍ୟାଳୟରେ ନିଜ ନିଜର ପାର୍ଥି ପତ୍ର ଦାଖଲ କରିଛନ୍ତି I ଆଜି ପ୍ରାର୍ଥୀପତ୍ର ଦାଖଲ କରିଥିବା ପ୍ରାର୍ଥୀ ମାନେ ହେଲେ ଏନସିପିରୁ ବେଣୁଧର ନାୟକ, ବିଜେପିରୁ ପୂର୍ଣଚନ୍ଦ୍ର ନାୟକ, ସ୍ୱାଧୀନ ଭାବେ ବିଷ୍ନୁପ୍ରିୟା ଦାସ, କଂଗ୍ରେସରୁ ପ୍ରଶାନ୍ତ ନାୟକ, ସମତା କ୍ରାନ୍ତି ଦଳରୁ ତ୍ରିନାଥ ନାୟକ, କଳିଙ୍ଗ ସେନାରୁ ଅରୁ ଦେଇ,ବିଏସପିରୁ ଦେବରାଜ ନାୟକ ଓ ବିଜେଡି ପାର୍ଥି ରମେଶ ବେହେରା | ବିରାଟ ପଟୁଆରରେ ଆସି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ ଶ୍ରୀ ବେହେରା ନାମାଙ୍କନ ପତ୍ର ଦାଖଲ କରିବା ପରେ କହିଥିଲେ ଯେ ଦଶପଲ୍ଲାରେ ପୁଣି ବିଜେଡି ବିଜୟୀ ହବ | ନବୀନ ବାବୁଙ୍କ ଲୋକପ୍ରିୟତା ଓ ଲୋକଙ୍କ ପାଇଁ ତାଙ୍କ ଗୁରୁତ୍ୱପୂର୍ଣ ଯୋଜନା ଆଉ ଦଶପଲ୍ଲା ନିର୍ବାଚନମଣ୍ଡଳୀ ବାସୀଙ୍କ ଅକୁଣ୍ଠ ଭଲପାଇବା ବଳରେ ନିଶ୍ଚୟ ବିଜୟ ଲାଭ କରିବି ବୋଲି ଶ୍ରୀ ବେହେରା ମତବ୍ୟକ୍ତ କରିଛନ୍ତି |