ରାହାମା ମହାନଦୀରେ ଅଜଣା ବ୍ୟକ୍ତିଙ୍କ ଶବ: ମୃତ୍ୟୁର କାରଣ ଅସ୍ପଷ୍ଟ 

0

ତିର୍ତ୍ତୋଲ/ପାରାଦ୍ବୀପ:ରମେଶ ମହାନ୍ତି -କୁଜଙ୍ଗ ଥାନା ଅନ୍ତର୍ଗତ ରାହାମା ହାଟ ନିକଟସ୍ଥ ମହାନଦୀ କୂଳରେ ଏକ ଅଜଣା ଯୁବକର ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।ମଙ୍ଗଳବାର ସକାଳୁ ସ୍ଥାନୀୟ ଲୋକେ ସ୍ନାନ ଶୌଚ ପାଇଁ ଯାଇଥିବା ବେଳେ ଏକ ଅଜଣା ଯୁବକର ଶବ ଭାସୁଥିବାର ଦେଖିବା ପରେ ଏହି ଖବର ବିଜୁଳି ବେଗରେ ଚାରିଆଡ଼େ ବ୍ୟାପିଯାଇଥିଲା।ସୂଚନା ପାଇ କୁଜଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହାନଦୀରୁ ଶବକୁ ଉଦ୍ଧାର କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡିଛି।ସୂଚନାନୁଯାୟୀ ମୃତ ଯୁବକ ଜଣକ ଏରସମା ଅଞ୍ଚଳର ନୁଆଢି ପଞ୍ଚାୟତ ଧଳିପଙ୍ଗ ହାଟସାହି ଗ୍ରାମର ସୁରେନ୍ଦ୍ର ବାରିକଙ୍କ ୩୦ବର୍ଷର କନିଷ୍ଠ ପୁତ୍ର ସଞ୍ଜିବ ବାରିକ ବୋଲି କୁହାଯାଉଛି। ମୃତ୍ୟୁର ସଠିକ୍ କାରଣ ଜଣାପଡି ନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି।

 

Leave A Reply

Your email address will not be published.