ପାରଳାଖେମୁଣ୍ଡିରୁ ୮ଜଣ ଏବଂ ମୋହନାରୁ ୯ଜଣ ପ୍ରାର୍ଥୀ  କଲେ ନାମାଙ୍କନ ପତ୍ର ଦାଖଲ

0

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ୨ଗୋଟି ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ଏପ୍ରିଲ ମାସ ୧୧ ତାରିଖ ଦିନ ନିର୍ବାଚନ ପାଇଁ ଭୋଟଦାନ ହେବ । ତେବେ ସେଥିପାଇଁ ଆଜି ନାମାନଙ୍କନ ପତ୍ର ଦାଖଲର ଶେଷ ଦିନରେ ଉଭୟ ପାରଳାଖେମୁଣ୍ଡି ଏବଂ ମୋହନା ନିର୍ବାଚନ ମଣ୍ଡଳୀ ପାଇଁ ମୋଟ ୧୭ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ  ଅଧିକାରୀଙ୍କ କାର୍ଯ୍ୟାଳୟ ପାରଳାଖେମୁଣ୍ଡି ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ବିଭିନ୍ନ ଦଳ ଓ ସ୍ୱାଧୀନ ଭାବେ ପ୍ରାର୍ଥି ପତ୍ର ଦାଖଲ କରିଥିବା ୮ଜଣ ପ୍ରାର୍ଥୀ ହେଲେଜାତୀୟ କଂଗ୍ରେସର କେ ସୂର୍ଯ୍ୟା ରାଓ , ଭାଜପା ପକ୍ଷରୁ କେ.ନାରାୟଣ ରାଓ, ବିଜେଡି ଦଳ ପକ୍ଷରୁ କଲ୍ୟାଣି ଦେବୀ ଗଜପତି ବହୁଜନ ସମାଜବାଦୀ ପାର୍ଟି ପକ୍ଷରୁ ଗୌରୀଶଙ୍କର ମହାନନ୍ଦିଆ, ସମତା କ୍ରାନ୍ତି ଦଳପକ୍ଷରୁ ସୁନିଲ କୁମାର ପଟ୍ଟନାୟକ, ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ଡ: ତିରୁପତି ପାଣିଗ୍ରାହୀ ଓ ମୀନକେତନ ଜେନା ଏବଂ ସିପିଆଇ(ଏମଏଲ) ପକ୍ଷରୁ କେଦାର ଶବର |

ସେହିଭଳି ମୋହନା ନିର୍ବାଚନ ମଣ୍ଡଳୀ ପାଇଁ ୯ଜଣ ପ୍ରାର୍ଥୀ ହେଲେ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭାବେ ଦାଶରଥୀ ଗମାଙ୍ଗ, ବିଜେଡି ଦଳ ପକ୍ଷରୁ ପୁର୍ଣ୍ଣବାସୀ ନାୟକ, ଭାଜପା ପ୍ରାର୍ଥୀ ଭାବେ ପ୍ରଶାନ୍ତ କୁମାର ମଲ୍ଲିକ, ଆମ୍ୱେଦକର ଜାତୀୟ କଂଗ୍ରେସ ପକ୍ଷରୁ ଦାମୋଦର ରଇତ, ସିପିଆଇ(ଏମଏଲ) ପ୍ରାର୍ଥୀ ଭାବେ ଜାକବ କାର୍ଯ୍ୟୀ ବହୁଜନ ସମାଜବାଦୀ ପାର୍ଟି ପକ୍ଷରୁ ସୁଦାମ ରଇତ ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ପୂର୍ଣ୍ଣଚନ୍ଦ୍ର ଗମାଙ୍ଗ, ଭରତ ପାଇକ ଓ ଆସମନ ମଲ୍ଲିକ ।

ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ଦଳୀୟ ମାନେ ନାମଙ୍କନ ଦାଖଲ କରିବାକୁ ଆସିବା ବେଳେ ସେମାନଙ୍କ ହଜାର ହଜାର ସମର୍ଥକ, କର୍ମୀ ଓ ନେତା ମାନଙ୍କ ଗ୍ରହଣରେ ବିଶାଳ ଶୋଭାଯାତ୍ରାରେ ଘଣ୍ଟ, ବାଦ୍ୟ, ମୃଦଙ୍ଗ ଓ ଡାକବାଜି ଯନ୍ତ୍ର ବଜାଇ ବିଭିନ୍ନ ଜିନ୍ଦାବାଦ ସ୍ଲୋଗାନ ମାନେ ଦେଇ ସମଗ୍ର ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ଆଜି ଦିନ ତମାମ ପାରଳା ସହର ସମ୍ପୁର୍ଣ୍ଣ ଭାବେ ରାଜନୈତିକ ଚଳଚଞ୍ଚଳ ।

Leave A Reply

Your email address will not be published.