ଅର୍କେଶ, ନବ,ଆଶିଷ  ଏବଂ ପ୍ରଦୀପ ଦାଖଲ  କଲେ ନାମାଙ୍କନ ପତ୍ର 

0

 ବଲାଙ୍ଗୀର /ନିରୋଜ ମିଶ୍ର : ଆଜି ଲୋକସଭା ଏବଂ ବିଧାନସଭା ର ନିର୍ବାଚନ ପ୍ରାଥୀ ପତ୍ର ଦାଖଲ ର ଶେଷ ଦିନ ଥିବା ବେଳେ ବିଧାନସଭା ବିଧାୟକ ଆସନ ପ୍ରାଥୀ ଭାବେ ବିଜେଡି ଦଳର ନୂତନ ପ୍ରାଥୀ ଅର୍କେଶ ନାରାୟଣ ସିଂଦେଓ, ବଲାଙ୍ଗୀର ଆପ ଆଦମୀ ପାର୍ଟିର ସ୍ୱାଧୀନ ପ୍ରାଥୀ ଭାବେ ମନୋଜ ପାଣ୍ଡେ, ଓ ଲୋଇସିଙ୍ଗା ପ୍ରାଥୀ ନବ ନାୟକ ପ୍ରମୁଖ ଉପଜିଲ୍ଲାପାଳ ଙ୍କ କାର୍ୟଳୟ ରେ ନାମାନଙ୍କନ ପତ୍ର ଦାଖଲ କରିଛନ୍ତି। ଯେଉଁଥିରେ ବିଜେଡି ଦଳର ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂ ଦେଓ, ଅର୍କେଶ ନାରାୟଣ ସିଂ ଦେଓ ଙ୍କ ସହ ତାଙ୍କ ସହ ଧର୍ମେଣି ଅଦୃଜା ମଞ୍ଜରୀ ସିଂ ଦେଓ ଏବଂ ବିଜେଡି ର ବରିଷ୍ଠ ଶତାଧିକ ମହିଳା କର୍ମ୍ମୀ ଓ ସମର୍ଥକ ସାମିଲ ଥିଲେ। ସେହିପରି ଆମ ଆଦମୀ ପାର୍ଟିର ଆଶିଷ ପାଣ୍ଡେ ସ୍ୱାଧୀନ ପ୍ରାର୍ଥୀଭାବେ ନାମାନଙ୍କନ ପତ୍ର ଦାଖଲ କରିଥିବାବେଳେ ଅନ୍ୟପଟେ ଲୋଇସିଙ୍ଗା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ନବ ନାୟକ ଓ ବିଜେଡି ପ୍ରାର୍ଥୀ ପ୍ରଦୀପ ବେହେରା ନିଜ ସମର୍ଥକ ଙ୍କ ସହ ନାମାନଙ୍କନ ପତ୍ର ଦାଖଲ କରିଥିଲେ। ସେପଟେ ଗତ କାଲି ବିଧାନସଭା ଆସନ ପାଇଁ ବଲାଙ୍ଗୀର କଂଗ୍ରେସ ଦଳର ପୁରୁଖା ନେତା ନରସିଂହ ମିଶ୍ର , ବିଜେପି ଦଳର ନୂଆ  ଚେହେରା ତଥା ନୂଆ  ପ୍ରାର୍ଥୀ ଅନନ୍ତ ଦାସ ପ୍ରାଥୀ ପତ୍ର ଦାଖଲ କରିଥିଲେ। ଅନ୍ୟପଟେ ଲୋକସଭା ସାଂସଦ ଆସନ ପାଇଁ କଂଗ୍ରେସ ଦଳ ନୂତନ ପ୍ରାର୍ଥୀ ଭାବେ ସମରେନ୍ଦ୍ର ମିଶ୍ରଙ୍କ ନାମାନଙ୍କନ ପତ୍ର ଦାଖଲ କରିଛି। ଏବଂ ବିଜେଡି ଦଳ ପ୍ରାର୍ଥୀ ଭାବେ ତାର ପୂର୍ବ ସାଂସଦ ଥିବା କଲିକେଶ ନାରାୟଣ ଙ୍କ ନାମାନଙ୍କନ ପତ୍ର ଦାଖଲ କରିଛି ଯେଉଁଥିରେ ପାଟଣାଗଡ଼ର ପାଟଣା ମହାରାଣୀ ପ୍ରାର୍ଥୀନୀ ସଂଗୀତା କୁମାରୀ ସିଂଦେଓ ମଧ୍ୟ ନାମାନଙ୍କନ ପତ୍ର ଦାଖଲ କରିଥିଲେ। ଏବଂ ଲୋକସଭା ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଡ଼ଃ ବିପିନ କୁସଲିଆ ଏବଂ ବି,ଏସ,ପି,ର ରଣା ନାଗ ନାମାନଙ୍କନ ପତ୍ର ଦାଖଲ କରିଥିଲେ। ତେବେ ଏହି ୨୦୧୯ ନିର୍ବାଚନ ର ପ୍ରାଥୀପତ୍ର ଦାଖଲ ପ୍ରକିୟା ସରିଥିବାବେଲେ ଆଗକୁ ଅଛି ୨୦୧୯ ନିର୍ବାଚନ ପ୍ରଚାର ପ୍ରସାର। ତେବେ କିଏ କେମିତି ରଣନୀତି ପ୍ରସ୍ତୁତି କରି ୨୦୧୯ ନିର୍ବାଚନ ଲଢ଼ିବ ଏବଂ ବିଧିବଦ୍ଧ ଭାବେ ଯୋଜନା ପ୍ରସ୍ତୁତ କରି ପ୍ରଚାର ପ୍ରସାର କରିବ ତାକୁ ନେଇ ସହର ତଥା ଜିଲ୍ଲା ବାସୀ ଅପେକ୍ଷା କରି ରହିଛନ୍ତି। ବଲାଙ୍ଗୀର ଗୋଟିଏ ପଛୁଆ ଜିଲ୍ଲା ଭାବେ ଗଣତିରେ ଆସୁଥିବା ବେଳେ ଏଠି ବହୁ ଗୁଡାଏ ସମସ୍ୟା ରହିଛି।ଯେଉଁଥିରେ ଦାଦନ ସମସ୍ୟା, ଲୱେର ସୁକତେଲ ପ୍ରକଳ୍ପ ,ଶିକ୍ଷାଗତ , ବାଇପାସ ,ହାଇକୋର୍ଟ ବେଞ୍ଚ ପୁନଃ ସ୍ଥାପନା ତଥା ଉନ୍ନତି ମୂଳକ କୌଣସି ପ୍ରକାର ଅର୍ଥନୈତିକ ପ୍ରକଳ୍ପ ନାହିଁ । ଯାହାକୁ ନେଇ ଏବେ ସହର ତଥା ଜିଲ୍ଲା ବାସୀ ଆଶା ବାନ୍ଧି ରହିଛନ୍ତି । କାହାକୁ ନିର୍ବାଚିତ କରିବେ କିଏ ହେବ ବଲାଙ୍ଗୀର ଜିଲ୍ଲାର ବିକାଶରେ ସହାୟ ତାହା ଏବେ ଜନସାଧାରଣଙ୍କ ପାଇଁ ପ୍ରଶ୍ନ ବାଚି ସୃଷ୍ଟି କରିଛି।

Leave A Reply

Your email address will not be published.