କେନ୍ଦୁଝର,ତା୧୧/୮- ଆଜି ଅପରାହ୍ନରେ କେନ୍ଦୁଝର ବନାଞ୍ଚଳର ହାତୀ ଚଲାପଥ ଗ୍ରାମ ବାସୁଦେବପୁର ଠାରେ ହାତୀ -ମଣିଷ ସଂଘର୍ଷକୁ ପ୍ରଶମନ କରବା ପାଇଁ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ସିଆରପି ଶ୍ରମତୀ ନିବେଦିତା ମହାନ୍ତ ଓ ଚଉଦଟି ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତିନିଧି ବୈଠକ ଓ ବିଭିନ୍ନ ଫଳ ଚାରା ବଣ୍ଟନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କେନ୍ଦୁଝର ଡେଭେଲପମେଣ୍ଟ ଟ୍ରଷ୍ଟ ପ୍ରତିଷ୍ଠାତା ତଥା କେନ୍ଦୁଝର ନାଗରିକ ମଞ୍ଚ ଉପସଭାପତି ପରିବେଶବିତ ଶ୍ରୀ ଭକ୍ତ ବତ୍ସଳ ମହାନ୍ତି ବୈଠକରେ ଯୋଗଦେଇ ଗାଁ ମୁହାଁ ହାତୀମାନଙ୍କୁ ଟେକା ପଥର ନ ଫିଙ୍ଗିବା, ନିଆଁ ହୁଳା ଧରି ଖେଦିବା ନାହିଁ, ହାତୀ ଲାଞ୍ଜ ଧରି ଓହଳିବା ନାହିଁ, ଦୁଃସାହସ କରି ହାତୀ ସମ୍ମୁଖକୁ ଯାଇ ଦନ୍ତା ହାତୀର ଦାନ୍ତକୁ ଟାଣିବା ନାହିଁ, ଘରେ ହାଣ୍ଡିଆ ରାନ୍ଧି ରଖିବା ନାହିଁ କିମ୍ବା ହାଣ୍ଡିଆ, ଧାନ ଚାଉଳ ଥିବା ଘରେ ଶୋଇବା ନାହଁ, ଗାଁ ପାଖ ଜଙ୍ଗଲରେ ହାତୀ ଥିଲେ ଅନ୍ଧାରରେ ଚଳପ୍ରଚଳ ନ କରିବାକୁ ଗ୍ରାମବାସୀମାନଙ୍କୁ ବୁଝାଇ ଥିଲେ। କେଡ଼ି ଟ୍ରଷ୍ଟ ବିକାଶ ଅଧିକାରୀ ଭାଗିରଥି ମହାନ୍ତି ଓ ବନସୁରକ୍ଷା ସମିତିର ସଦସ୍ୟ କାହ୍ନୁ ଚରଣ ମୁଣ୍ଡା, ପିଣ୍ଟୁ ମୁଣ୍ଡା, ତୀର୍ଥବାସୀ ମହାନ୍ତ, ଜାନକୀ ମହାନ୍ତ, ଡାଳିମ୍ବ ମହାନ୍ତ, ମିନତୀ ମୁଣ୍ଡା ଆଦି ୧୧୨ ପରିବାରକୁ ୩୬୦ଟି ଫଳନ୍ତି ଚାରା ବଣ୍ଟନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଆଗାମୀ ଦିନରେ ମୈଦାନକେଲ ପଂଚାୟତର ୬ଟି ଗ୍ରାମରେ ୩୦୦୦ ଫଳନ୍ତି ଚାରା ବୃକ୍ଷ ରୋପଣ କରିବାକୁ କେନ୍ଦୁଝର ଡେଭେଲପମେଣ୍ଟ ଟ୍ରଷ୍ଟ ସ୍ଥିର କରିଛି ବୋଲି ଜଣାଯାଇଛି l