ନବରଙ୍ଗପୁରରେ ଘରୋଇ ହିଂସା ନିରୋଧ ଆଇନ, ୨୦୦୫ ଉପରେ ଜିଲ୍ଲାସ୍ତରୀୟ ଏକଦିନିଆ ପ୍ରଶିକ୍ଷଣ

9

ନବରଙ୍ଗପୁର, ୧୧.୮.୨୦୨୬: ନବରଙ୍ଗପୁର ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ଘରୋଇ ହିଂସାରୁ ମହିଳାମାନଙ୍କ ସୁରକ୍ଷା ଆଇନ, ୨୦୦୫ ଉପରେ ଏକ ଜିଲ୍ଲାସ୍ତରୀୟ ଏକଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ନବରଙ୍ଗପୁର ଦ୍ୱାରା ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ( ଭାରପ୍ରାପ୍ତ )ରମା ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଘରୋଇ ହିଂସା ନିରୋଧ ଆଇନର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ ଜିଲ୍ଲାରେ ଘରୋଇ ହିଂସା ସମ୍ପର୍କିତ ମାମଲାର ସ୍ଥିତି ସମ୍ପର୍କରେ ସୂଚନା ଦେବା ସହ ହିଂସାର ଶିକାର ମହିଳାମାନଙ୍କୁ ତୁରନ୍ତ ସୁରକ୍ଷା, ସହାୟତା ଓ ଆବଶ୍ୟକ ସେବା ପ୍ରଦାନ ପାଇଁ ବିଭିନ୍ନ ବିଭାଗ ଓ ସଂସ୍ଥା ମଧ୍ୟରେ ସମନ୍ୱୟର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ।
ପ୍ରଶିକ୍ଷଣରେ ADWO, ମେଡିକାଲ ଅଫିସର, ଶିଶୁ କଲ୍ୟାଣ କମିଟି (CWC)ର ଅଧ୍ୟକ୍ଷ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ (DCPO), CDPOମାନେ, ସ୍ୱୟଂ ସହାୟକ ଗୋଷ୍ଠୀ (SHG) ସଦସ୍ୟା ଏବଂ କଲେଜ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବିଭାଗ ଓ ସଂସ୍ଥାର ପ୍ରତିନିଧିମାନେ ଯୋଗଦେଇଥିଲେ।
ପ୍ରଶିକ୍ଷଣର ବିଭିନ୍ନ ବୈଷୟିକ ଅଧିବେଶନରେ ଅଧିବକ୍ତା କିଶୋରୀ ପଟ୍ଟନାୟକ, DSP ସରୋଜ ପୂନମ କିସ୍ପୋଟା ଏବଂ ୱାନ୍ ଷ୍ଟପ୍ ସେଣ୍ଟର (OSC)ର କାଉନସେଲର ସମ୍ବଳ ବ୍ୟକ୍ତି ଭାବେ ଯୋଗଦେଇଥିଲେ। ସେମାନେ ଘରୋଇ ହିଂସା ନିରୋଧ ଆଇନର ପ୍ରମୁଖ ବ୍ୟବସ୍ଥା, ବିଭିନ୍ନ ବିଭାଗର ଭୂମିକା ଓ ଦାୟିତ୍ୱ, ମହିଳାମାନଙ୍କ ପାଇଁ ଉପଲବ୍ଧ ଆଇନଗତ ସୁରକ୍ଷା, ରେଫରାଲ୍ ବ୍ୟବସ୍ଥା, କାଉନସେଲିଂ ଓ ସହାୟତା ସେବା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।ଏହି ପ୍ରଶିକ୍ଷଣ ମାଧ୍ୟମରେ ମହିଳାଙ୍କ ଅଧିକାର, ଘରୋଇ ହିଂସାର ପ୍ରତିରୋଧ ଏବଂ ଉପଲବ୍ଧ ସରକାରୀ ସହାୟତା ବ୍ୟବସ୍ଥା ସମ୍ପର୍କରେ SHG ସଦସ୍ୟା ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି ସହିତ ଘରୋଇ ହିଂସା ରୋକିବା ଓ ପୀଡ଼ିତ ମହିଳାଙ୍କୁ ଆବଶ୍ୟକ ସହାୟତା ପହଞ୍ଚାଇବା ପାଇଁ ସମନ୍ୱିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଶେଷରେ ଧନ୍ୟବାଦ ଅର୍ପଣ କରାଯାଇ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ସମସ୍ତ ସମ୍ବଳ ବ୍ୟକ୍ତି, ଅଧିକାରୀ, ବିଭିନ୍ନ ବିଭାଗର ପ୍ରତିନିଧି, SHG ସଦସ୍ୟା ଓ ଛାତ୍ରଛାତ୍ରୀମାନଙ୍କୁ କୃତଜ୍ଞତା ଜଣାଯାଇଥିଲା।

Leave A Reply

Your email address will not be published.