ଜାତୀୟସ୍ତରର ପ୍ରେରଣା କାର୍ଯ୍ୟକ୍ରମରେ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ , ଗଜପତି ର ଛାତ୍ର ଶୁଭଙ୍କର ପଟ୍ଟନାୟକଙ୍କ ଯୋଗଦାନ

14

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ର ଶୁଭଙ୍କର ପଟ୍ଟନାୟକ ଜିଲ୍ଲାସ୍ତରୀୟ ପ୍ରେରଣା ପ୍ରତିଯୋଗୀତାରେ ଉତ୍ତୀର୍ଣ୍ଣ ହୋଇ ଜାତୀୟ ସ୍ତରର ପ୍ରେରଣା କାର୍ଯ୍ୟକ୍ରମରେ ଅଗଷ୍ଟ ୨ ରୁ ୮ ପର୍ଯ୍ୟନ୍ତ ଆମ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପଢିଥିବା ସ୍କୁଲ ତଥା ତାଙ୍କ ଜନ୍ମସ୍ଥାନ ଗୁଜରାଟର ଭଦନଗର ଠାରେ ଅନୁଷ୍ଠିତ ଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇ କୃତିତ୍ବର ହାସଲକରି ଆଜି ଫେରିଛନ୍ତି ।
ଏହି ୭ ଦିନିଆ କାର୍ଯ୍ୟକ୍ରମ ଟି ଥିଲା ମାନବୀୟ ମୂଲ୍ୟ ଭିତ୍ତିକ ବିଷୟ ସମ୍ପର୍କିତ ଆଲୋଚନାଚକ୍ର । ତାଙ୍କ ସହ ତତ୍ୱାବଧାରିକା ଶିକ୍ଷୟିତ୍ରୀ ସୁଶ୍ରୀ ରଞ୍ଜିତା ମହାନ୍ତି ନିଜର ଉପସ୍ଥାପନ ରଖି ସେ ମଧ୍ୟ ସମ୍ମାନିତ ହୋଇଛନ୍ତି | ଏହି ମାନବୀୟ ମୂଲ୍ୟବୋଧ ବିଷୟଭିତ୍ତିକ ଗବେଷଣାତ୍ମକ ପ୍ରୟୋଗ ପିଲାଙ୍କ ପ୍ରତିଭା ବିକାଶରେ ସହାୟକ ହୋଇପାରିବ ବୋଲି ଶୁଭଙ୍କର ପ୍ରକାଶ କରିଛନ୍ତି। ଶୁଭଙ୍କର ପିତା ହେଉଛନ୍ତି ମନୋଜ କୁମାର ପଟ୍ଟନାୟକ , ଅଧ୍ୟକ୍ଷ ବିନୋଦିନୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ , ପଦ୍ମପୁର ଏବଂ ମାତା ସୌଜନ୍ୟା ଶିକ୍ଷୟତ୍ରୀ।

Leave A Reply

Your email address will not be published.