ବାଘ ଚମଡା ସହ ତିନି ଆସାମୀ ଗିରଫ

0

ବାରିପଦା(ଦିଲ୍ଲୀପ ମହାନ୍ତି ) ମୟୁରଭଞ ଜିଲା କରଞିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ ଟାଟୋ ସେକସନ ପୁରୁଣାପାଣି ବିଟ କଙ୍କଡା ଗ୍ରାମଠାରେ ଗତକାଲି ରାତ୍ରୀରେ ବନବିଭାଗ କୋଣସି ସୂତ୍ରରୁ ଖବରପାଇ  ଚଡାଉ କରି  ଗୋଟିଏ ବାଘ ଚମଡା ସହ ତିନିଜଣ ଆସାମୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଅଛି । ଏହାସହ ଆସାମୀ ମାନଙ୍କ ପାଖରୁ ଏକ ହିରୋହଣ୍ଡା ମଟର ସାଇକେଲ ମଧ୍ୟ ଜବତ କରାଯାଇଅଛି । ଅଭିଯୁକ୍ତମାନେ ଉକ୍ତ ଅଞ୍ଚଳର ବୋଲି ଜଣାପଡିଅଛି । ଏମାନେ ପୂର୍ବରୁ ମଧ୍ୟ ଏହିସବୁ କାରବାର ରେ ଲିପ୍ତଥିବାବେଳେ ଏମାନେ ସମସ୍ତେ ଜଣେ ଜଣେ ସକ୍ରୀୟ ଜଙ୍ଗଲ ମାଫିଆ ବୋଲି ବନବିଭାଗ ପ୍ରକାଶ କରିଅଛି । ଏହି ଚଢାଉରେ କରଞିଆ ଡିଭିଜନ ଏସିଏଫ ବଟକୃଷ୍ନ ପାଢୀ ଙ୍କ ନେତୃତ୍ୱରେ ଅନ୍ୟ ବନକର୍ମଚାରୀମାନେ ସାମିଲଥିଲେ ।

Leave A Reply

Your email address will not be published.