ନିତ୍ୟାନନ୍ଦ ପୁର – କୁଣ୍ଢେଇ – ଘୁଙ୍ଗି ରାସ୍ତା ପାଲଟିଛି ମରଣଯନ୍ତା : ଉନ୍ନତିକରଣ ପାଇଁ ଦରଖାସ୍ତ

45

ରାସ୍ତାର ଅବସ୍ଥା, ଆବଶ୍ୟକ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ଓ ଲୋକଙ୍କ ଅସୁବିଧାକୁ ବିଚାର କୁ ନେଇ , ଏ ନିତ୍ୟାନନ୍ଦ ପୁର – କୁଣ୍ଢେଇ – ଘୁଙ୍ଗି ରାସ୍ତାର ଉନ୍ନତିକରଣ କାର୍ଯ୍ୟ ତୁରନ୍ତ କରିବାକୁ , ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଲୋକେ ତାଙ୍କ ବିଧାୟକ ତଥା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଦେଖିବାକୁ ବାକି ରହିଲା କେବେ ଏ ରାସ୍ତା ମରାମତି ହେଉଛି। ମୁଖ୍ୟମନ୍ତ୍ରୀ ଏ ଆଦିବାସୀଙ୍କ ଦୁଃଖ କେବେ ଶୁଣୁଛନ୍ତି।

କେନ୍ଦୁଝର: ୧୦/୦୮/୨୦୨୬- ଜିଲ୍ଲାର ବାଂଶପାଳ ବ୍ଳକ୍ ଅନ୍ତର୍ଗତ କୋଡିପଶା ପଞ୍ଚାୟତର ଦୁଇ ଆଦିବାସୀ ବହୁଳ ଗାଁ କୁଣ୍ଢେଇ ଓ ଘୁଙ୍ଗିକୁ ସଂଯୋଗ କରୁଥିବା ନିତ୍ୟାନନ୍ଦ -‌ କୁଣ୍ଢେଇ – ଘୁଙ୍ଗି ରାସ୍ତା ପାଲଟିଛି ମରଣଯନ୍ତା। ବଡ ଗାଡି କ’ଣ ଅଟୋ ରିକ୍ସା ମଧ୍ୟ ଚାଲି ପାରୁ ନାହିଁ। ସାଇକେଲ ଗଡିବା ବି କଷ୍ଟ। ଆବଶ୍ୟକ ବେଳେ ଆମ୍ବୁଲାନ୍ସ ଆସି ପାରୁନାହିଁ । ଛାତ୍ରଛାତ୍ରୀ ବିଦ୍ୟାଳୟ ଯିବା ଅସହଯ ହୋଇ ପଡିଛି। ଏପରି ଅଭିଯୋଗ ଆଣି ଆଦିବାସୀ ଲୋକେ ଲେଖିଛନ୍ତି ଦରଖାସ୍ତ। ମୁଖ୍ୟମନ୍ତ୍ରୀ ଯେକି ତାଙ୍କ ବିଧାୟକ, ତାଙ୍କୁ ଅନୁରୋଧ କରିଛନ୍ତି ଏହାର ଉନ୍ନତିକରଣ ପାଇଁ।

ଜିଲ୍ଲାର ବାଂଶପାଳ ବ୍ଳକ୍ ଏବଂ ହରିଚନ୍ଦନ ପୁର ବ୍ଲକ୍ ଅନ୍ତର୍ଗତ ଜୁଙ୍ଗା ଗ୍ରାମ ପଞ୍ଚାୟତ ଓ କୋଡିପଶା ଗ୍ରାମ ପଞ୍ଚାୟତ ର ତିନୋଟି ଗ୍ରାମର ଅନ୍ୟୁନ ଦୁଇ ହଜାର ଲୋକ ଏଇ ନିତ୍ୟାନନ୍ଦ ପୁର – କୁଣ୍ଢେଇ -ଘୁଙ୍ଗି ରାସ୍ତା ଉପରେ ବଜାର କାମ,ଡ଼ାକ୍ତରଖାନାରେ ଚିକିତ୍ସା, କୋର୍ଟ କଚେରୀ ମାମଲା ପ୍ରଭୃତି କାମ ପାଇଁ ନିର୍ଭର କରିଥାନ୍ତି। ପିଲାମାନେ ମଧ୍ୟ ଏଇ ରାସ୍ତା ଦେଇ କେନ୍ଦୁଝରଗଡ ସାଙ୍ଗକୁ ଅନ୍ୟାନ୍ୟ ପାଖ ମହାବିଦ୍ୟାଳୟରେ ଅଧ୍ୟୟନ ସକାଶେ ଯିବା ଆସିବା କରିଥାନ୍ତି। ଏଇ ସବୁ ଗାଁର ଲୋକ ବ୍ୟତୀତ, କୁଣ୍ଢେଇ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଅନେକ ଛାତ୍ର ଛାତ୍ରୀ ଏ ରାସ୍ତା ଉପରେ ନିର୍ଭର କରିଥାନ୍ତି। ଏହା ଉପରେ ଅନେକ ଆଦିବାସୀ ଲୋକ ଚଳାଚଳ କରିଥାନ୍ତି।

ଦରଖାସ୍ତ କାରୀ ସୂଚିତ କରିଛନ୍ତି ଯେ, ଏହି ରାସ୍ତାର ମରାମତି କାହିଁ କେଉଁ କାଳରେ ହୋଇଥିଲା। ଏଥି ମଧ୍ୟରୁ ଅନେକ ଅଂଶ ଭାଙ୍ଗି ଯାଇଛି। ଏବେ ଲଗାଣ ବର୍ଷାରେ ରାସ୍ତା ବହୁ ସ୍ଥାନରେ ଭାଙ୍ଗି ଯାଇଛି। ଗାଡି ଗଡିବା ଅସମ୍ଭବ ହୋଇ ପଡିଛି। ସାଇକେଲ ଟିଏ ଚଲାଇବା ବି ସହଯ ହେଉନାହିଁ। ଆବଶ୍ୟକ ପଡିଲେ ଆମ୍ବୁଲାନ୍ସ ଆସି ପାରୁନାହିଁ। ଛାତ୍ରଛାତ୍ରୀ ମାନେ ନିକଟ ବିଦ୍ୟାଳୟକୁ ଯାଇ ପାରୁ ନାହାଁନ୍ତି। ରାତି ଅନ୍ଧାରରେ ଯିବା ଆସିବା କରିବା ବିପଦପୂର୍ଣ୍ଣ ହୋଇଯାଇଛି।

ସ୍ଥାନୀୟ ଲୋକେ ଜଣାଇଛନ୍ତି ଯେ, ଏ ରାସ୍ତାର ଅନେକ ଅଂଶ କେବେ ବି ପିଚୁ ଅବା କଙ୍କ୍ରିଟ କରାଯାଇ ନାହିଁ। ଏବେବି ମାଟି ରାସ୍ତା ହୋଇ ରହିଛି। ରାସ୍ତା ଏପରି ଅବସ୍ଥାକୁ ଆସିବାକୁ ନେଇ ଲୋକେ ପ୍ରଶ୍ନ କରିଛନ୍ତି। କେମିତି କେହି ଦେଖୁ ନାହାନ୍ତି। ମରାମତି ଅବା ଉନ୍ନତିକରଣ ଆବଶ୍ୟକ ବୋଲି କୈ।ଣସି ସରକାରୀ ସଂସ୍ଥା ଦେଖୁ ନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି।

ରାସ୍ତାର ଅବସ୍ଥା, ଆବଶ୍ୟକ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ଓ ଲୋକଙ୍କ ଅସୁବିଧାକୁ ବିଚାର କୁ ନେଇ , ଏ ନିତ୍ୟାନନ୍ଦ ପୁର – କୁଣ୍ଢେଇ – ଘୁଙ୍ଗି ରାସ୍ତାର ଉନ୍ନତିକରଣ କାର୍ଯ୍ୟ ତୁରନ୍ତ କରିବାକୁ , ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଲୋକେ ତାଙ୍କ ବିଧାୟକ ତଥା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଦେଖିବାକୁ ବାକି ରହିଲା କେବେ ଏ ରାସ୍ତା ମରାମତି ହେଉଛି। ମୁଖ୍ୟମନ୍ତ୍ରୀ ଏ ଆଦିବାସୀଙ୍କ ଦୁଃଖ କେବେ ଶୁଣୁଛନ୍ତି।

Leave A Reply

Your email address will not be published.