25

ବିଶ୍ବହିନ୍ଦୁ ପରିଷଦର ପ୍ରାନ୍ତୀୟ ପ୍ରବନ୍ଧ ସମିତି ବୈଠକରେ, ବହୁ ଗୁରୁତ୍ବପୂର୍ଣ୍ଣ ନାମ ଓ ପଦବୀ ଘୋଷଣା

ବିଶ୍ବହିନ୍ଦୁ ପରିଷଦର ପ୍ରାନ୍ତୀୟ ପ୍ରବନ୍ଧ ସମିତି ବୈଠକ: ଘୁମୁସର ଜିଲ୍ଲାର ନୂତନ କର୍ମକର୍ତ୍ତା ଘୋଷଣା ଓ ଅକ୍ଟୋବରରେ ବିଶାଳ ‘ସନାତନ ଜାଗୃତି ସମାବେଶ’ ପାଇଁ ଆହ୍ୱାନ



ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା) ଶାସକ ପ୍ରଶାସକ: ଗତ ଅଗଷ୍ଟ ଆଠ ତାରିଖ, ଶନିବାର ୨୦୨୬ ସକାଳ ଠାରୁ ରବିବାର ନଅ ତାରିଖ ରବିବାର ୨୦୨୬ ଅପରାହ୍ନ ପର୍ଯ୍ୟନ୍ତ, ବିଶ୍ବହିନ୍ଦୁ ପରିଷଦର ଓଡ଼ିଶା ପୂର୍ବ ପ୍ରାନ୍ତ କାର୍ଯ୍ୟାଳୟ କଟକ ଠାରେ, ପ୍ରାନ୍ତୀୟ ପ୍ରବନ୍ଧ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ମାନନୀୟ ସୋହନ୍ ଜୀ ସୋଲା ଙ୍କି, କେନ୍ଦ୍ରୀୟ ସହ ସତସଙ୍ଗ ପ୍ରମୁଖ ଡ, ବସନ୍ତ କୁମାର ରଥ, ପ୍ରାନ୍ତ ସଭାପତି ଶ୍ରୀ ପ୍ରଫୁଲ କୁମାର ମିଶ୍ର, ପ୍ରାନ୍ତ ସଂପାଦକ ଶ୍ରୀ ମହେଶ ସାହୁ ( ସୋନିଜୀ) ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶ୍ରୀ ଶରତଚନ୍ଦ୍ର ପ୍ରଧାନ , ଶ୍ରୀ ଉମାଶଙ୍କର ଆଚାର୍ଯ୍ୟ, ଶ୍ରୀ ଅରୁଣ ପାଢୀ ଙ୍କ ସହିତ ବିଶ୍ବହିନ୍ଦୁ ପରିଷଦର ବିଭିନ୍ନ ପଦାଧିକାରୀ ମାନେ ଉପସ୍ଥିତି ଥିଲେ। ଉକ୍ତ ବୈଠକରେ ପ୍ରାନ୍ତୀୟ ଅଧିକାରୀଙ୍କ ନାମ ଘୋଷଣା ସହିତ ବିଭିନ୍ନ ଜିଲ୍ଲାର ମଧ୍ୟ ଅଧିକାରୀ ମାନଙ୍କର ନୁତନ ଗୋଷ୍ଠି ଗଠନ ହୋଇଥିଲା। ଏହି ଅବସରରେ ଘୁମୁସର ଜିଲ୍ଲାର ନୂତନ କାର୍ଯ୍ୟକାରିଣୀ ସମିତି ମଧ୍ୟ ଘୋଷଣା କରାଯାଇଥିଲା। ଏବଂ ଘୁମୁସର ଜିଲ୍ଲାର ବହୁ ବରିଷ୍ଠ ପୁରାତନ, ବିଭିନ୍ନ ଦାୟିତ୍ୱରେ ଥିବା ଜିଲ୍ଲା ସମ୍ପାଦକ ଠୁ ଆରମ୍ଭ କରି, ବିଭାଗ ସମ୍ପାଦକ,ସମ୍ଭାଗ ସମ୍ପାଦକ,ପ୍ରାନ୍ତ ସାମାଜିକ ସମର୍ସତ୍ତା ପ୍ରମୁଖ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିବା ଶ୍ରୀ ମୁରଲୀଧର ପଣ୍ଡା ଙ୍କୁ, ଘୁମୁସର ଜିଲ୍ଲାରେ ବିଶ୍ବହିନ୍ଦୁ ପରିଷଦ କୁ ସୁଦୃଢ କରିବା ନିମନ୍ତେ, ବିଶ୍ବହିନ୍ଦୁ ପରିଷଦର ସଭାପତି ରୁପେ ଦାୟିତ୍ୱ ଘୋଷଣା କରାଯାଇଥିଲା। ଏବଂ ଅନ୍ୟାନ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଶ୍ରୀ ବଟକୃଷ୍ଣ ପଣ୍ଡା ଙ୍କୁ ମଧ୍ୟ ଜିଲ୍ଲା ସମ୍ପାଦକ ଦାୟିତ୍ୱରେ ନ୍ୟସ୍ତ କରାଗଲା। ଏହା ସହିତ ଅନ୍ୟାନ୍ୟ ପଦାଧିକାରୀ ଙ୍କ ନାମ ଘୋଷଣା ଜିଲ୍ଲା ବୈଠକରେ ଆଗାମୀ ଦିନରେ ହେବ ପାଇଁ ନିଷ୍ପତ୍ତି ନିଆଯାଇଛି।
ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସଂଗଠନର ବିଭିନ୍ନ କାର୍ଯ୍ୟକ୍ରମର ଘୋଷଣା ହେବା ସହିତ ଆଗାମୀ ଅକ୍ଟୋବର ୨୦୨୬ ରେ , ଭୁବନେଶ୍ୱର ଠାରେ “ସନାତନ ଜାଗୃତି ସମାବେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। ଏଥିରେ,, ” ସନ୍ଥ ଙ୍କ ହୁଁଙ୍କାର,ଚାଲ ଯିବା ଭୁବନେଶ୍ୱର, ଗୋ ହତ୍ୟା କୁ ବିରୋଧ କରିବା, ଧର୍ମାନ୍ତରୀକରଣ କୁ ବିରୋଧ କରିବା, ପୁଜ୍ୟ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ମହାରାଜ ଜୀଙ୍କ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଏବଂ ବିଶ୍ବହିନ୍ଦୁ ପରିଷଦର ଅଦିତ୍ବୀୟ ସଂସ୍ଥାପକ ଅଶୋକ ସିଂଘଲ ଜୀଙ୍କ ଜନ୍ମ ଶତବାର୍ଷିକ, ଏହି ଦୁଇ କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ଆଗାମୀ ଦିନରେ ଏକ ବିଶାଳ କାର୍ଯ୍ୟକ୍ରମ ରହିଛି। ଯେଉଁ କାର୍ଯ୍ୟକ୍ରମ ବିଶ୍ବହିନ୍ଦୁ ପରିଷଦର ସଂରଚନା ଓ ଯୋଜନାରେ,ସନାତନ ଜାଗୃତି ସମାବେଶ ହେବ, ଏଥିରେ ହଜାର ହଜାର ସନ୍ଥ ଓ ଲକ୍ଷାଧିକ ଭକ୍ତଙ୍କ ଯୋଗଦାନ ନିମନ୍ତେ ବିଶ୍ବହିନ୍ଦୁ ପରିଷଦ ଏଠାରେ ଆହ୍ୱାନ ଦେଇଛି। ତେଣୁ ଓଡ଼ିଶା ରାଜ୍ୟ ର ପ୍ରତ୍ୟେକ ଜିଲ୍ଲାରୁ ସନ୍ଥ ଓ ଭକ୍ତ ଙ୍କ ଯିବା ଆସିବା ବ୍ୟବସ୍ଥା ବିଶ୍ବହିନ୍ଦୁ ପରିଷଦ ହାତକୁ ନେଇଥିବା ଏହି କାର୍ଯ୍ୟକ୍ରମରେ ଦ୍ଵାରା ସୁଚିତ ହୋଇଛି।

Leave A Reply

Your email address will not be published.